ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୧୬୦ ବୋତଲ କଫ ସିରପ ଜବତ, ୨ ଗିରଫ

 ବରଗଡ, ୧୫।୧୦ ବରଗଡ଼ରେ ପୁଣି ଜବତ ହେଲା କଫ ସିରଫ ।  ବରଗଡ଼ ରେଲୱେ ଷ୍ଟେସନ ରୋଡ କୃଷକ ବଜାର ନିକଟରେ ଏକ ଅଟୋରୁ ପୋଲିସ ଜବତ କରିଛି ୨୧୬୦ ବୋତଲ କଫ ସିରଫ । ଏହି ଘଟଣାରେ ବରଗଡ ଟାଉନ ଥାନା ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ ୧୯ ରେଲୱେ ଷ୍ଟେସନ ପଡାର ଗଣେଶ ନାଗ ଓ ସମ୍ଭୁ ଲୁହା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସପି ଟି.କେ.ମହାନ୍ତି ।  

ଶନିବାର ଅପରାହ୍ନ ସମୟରେ ବରଗଡ ରେଲୱେ ଷ୍ଟେସନ ପଟରୁ ଏକ ଅଟୋରେ କଫ ସିରପ ଗୁରୁଦ୍ୱାରା ଛକ  ଆଡ଼କୁ ଆସୁଥିବା ଖବର ପାଇ କୃଷକ ବଜାର ସମ୍ମୁଖରେ  ପୋଲିସ ଅଟୋକୁ ଯାଞ୍ଚ କରିଥିଲା । ୨୧୬୦ ବୋତଲ କଫ ସିରଫ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଅଟୋରୁ କଫ ସିରଫ ସହ ପ୍ଲାଷ୍ଟିକ ଜାରରେ ଚାରି ଲିଟର ଡ୍ରଗ୍ସ ,ଦୁଇ ଷ୍ଟ୍ରିପ ନାଇଟ୍ରସେନ -୧୦ ଔଷଧ ,୧୫ଟି ପ୍ଲାଷ୍ଟିକ ଗ୍ଲାସ ,ଗୋଟିଏ ମୋବାଇଲ ଫୋନ ଜବତ କରିଛି।  ପୋଲିସ ଅଟୋ ( ନଂ ଓଡି୧୭ ଜେ୭୭୮୮ )  କୁ ଜବତ କରି ଏହି ଘଟଣାର ତଦନ୍ତ ଜାରି ରଖିଥିବା ବରଗଡ ଅତିରିକ୍ତ ଏସପି ଟିକେ ମହାନ୍ତି ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ : ଭଦ୍ରକରେ ସେକ୍ସ ର‌୍ୟାକେଟ ଠାବ: ୩ ବଙ୍ଗୀୟ ଯୁବତୀ ସହ ୨ ଯୁବକ କାବୁ, ଶାଶ୍ୱତ ଲଜ୍‌ ମାଲିକ ଅଟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.