ମୁମ୍ବାଇ, ୦୭/୦୯: ଏସିଆ କପ୍ ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳ ଏହା ପରେ ଘରୋଇ ଗ୍ରାଉଣ୍ଡରେ ଆଇସିସି ବିଶ୍ୱକପ୍ ଖେଳିବ । ଏଥିପାଇଁ ବିସିସିଆଇ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଘୋଷଣା କରିଛି ।
ଏସିଆ କପରେ ଖେଳି ନଥିବା କେଏଲ୍ ରାହୁଲଙ୍କୁ ବିଶ୍ୱକପରେ ସ୍ଥାନ ମିଳିଛି । ସଞ୍ଜୁ ସ୍ୟାମସନ୍ ଓ ଯୁଜବେନ୍ଦ୍ର ଚହଲଙ୍କୁ ଦଳରୁ ବାହାର ରଖା ଯାଇଛି । ଚଳିତ ବିଶ୍ୱକପରେ ମୋଟ ୧୦ଟି ଟିମ୍ ରହିଛନ୍ତି । ଆଉ ଏସବୁ ଟିମରେ ରହିଛନ୍ତି ଦ୍ୱିଶତକ ମାରିଥିବା ୪ ଖେଳାଳି ।
ଏଥିରେ ଭାରତର ସର୍ବାଧିକ ୩ କ୍ରିକେଟର ରହିଛନ୍ତି । ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ୩ଥର ଦ୍ୱିଶତକ ମାରିଛନ୍ତି । ଏହାଛଡ଼ା ଶୁଭମନ ଗିଲ୍ ଓ ଈଶାନ କିଷନ ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି ।
ଦୁର୍ବଳ ହେଲା ଲଘୁଚାପ, ଆଉ ଦୁଇ ଦିନ ବର୍ଷା ସମ୍ଭାବନା: ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଚତୁର୍ଥରେ ରହିଛନ୍ତି ପାକିସ୍ତାନର ଫଖର ଜମନ୍ । ଇମାମ୍ ଦିନିକିଆ କ୍ରିକେଟରେ ଦ୍ୱିଶତକ ମାରିଛନ୍ତି । ଦିନିକିଆ କ୍ରିକେଟରେ ଏଯାବତ୍ ୮ ଜଣ ଖେଳାଳି ୧୦ଟି ଦ୍ୱିଶତକ ହାସଲ କରିଛନ୍ତି । ଏଥିରେ ସବୁଠୁ ଅଧିକ ୫ ଭାରତୀୟ ସାମିଲ୍ ଅଛନ୍ତି ।
ଦିନିକିଆ କ୍ରିକେଟରେ ରୋହିତ ଶର୍ମା ୩ଥର ଦ୍ୱିଶତକ ମାରିଥିବା ବେଳେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହବାଗ, ଶୁଭମନ ଗିଲ୍ ଓ ଈଶାନ କିଷନ ଦ୍ୱିଶତକ ମାରିଛନ୍ତି । ଏହାଛଡ଼ା ନ୍ୟୁଜିଲାଣ୍ଡର ମାର୍ଟିନ୍ ଗୁପ୍ଟିଲ୍, ୱେଷ୍ଟଇଣ୍ଡିଜ୍ କ୍ରିସ୍ ଗେଲ୍ ଓ ପାକିସ୍ତାନର ଫଖର ଜମନ୍ ଥରେ ଦ୍ୱିଶତକ ମାରିଛନ୍ତି ।
‘ଆମେ ଇଣ୍ଡିଆନ୍ ନୁହଁ, ଭାରତୀୟ’, ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଲେ କଙ୍ଗନା
ବିଶ୍ୱକପରେ ଏଯାବତ୍ ମାତ୍ର ୨ ଜଣ ଖେଳାଳି ଦ୍ୱିଶତକ ମାରିବାରେ ସକ୍ଷମ ହୋଇଛନ୍ତି । ଏହି ରେକର୍ଡ ରହିଛି ନ୍ୟୁଜିଲାଣ୍ଡର ମାର୍ଟିନ୍ ଗୁପ୍ଟିଲ୍ ଓ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲଙ୍କ ନାଁରେ । ଉଭୟ ୨୦୧୫ ବିଶ୍ୱକପରେ ଏହି ସଫଳତା ପାଇଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଗୁପ୍ଟିଲେ ଦ୍ୱିଶତକ ମାରିଥିବା ବେଳେ ଗେଲ୍ ଜିମ୍ବାୱେ ବିପକ୍ଷରେ ହାସଲ କହିଥିଲେ ଦ୍ୱିଶତକ ।