ମାଲକାନଗିରି,୦୩/୦୮: ମାଲକାନଗିରି ଜିଲ୍ଲାରେ ପୁଣି ବୁଡିଲା ପୋଲ । କାଲିମେଳା ବ୍ଳକ ଅନ୍ତର୍ଗତ କାଙ୍କୁରୁକୋଣ୍ଡା ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟର ପାଣି। ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ।
ସୂଚ଼ନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ଗତ ତିନି ଦିନ ଧରି ଜାରି ରହିଛି ଲଗାଣ ବର୍ଷା । ଫଳରେ ବେହାଲ ହୋଇଛି ସମଗ୍ର ଜିଲ୍ଲା । କାଙ୍କୁରୁକୋଣ୍ଡା ପୋଲ ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଏହି କାରଣରୁ ୩୨୬ ନମ୍ବର ଜାତୀୟ ରାଜପଥର ମାଲକାନଗିରି ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ପୋଲ ଉପରେ ପାଣି ପ୍ରବାହିତ ହେଉଥିବା କାରଣରୁ ରାସ୍ତା ଉପରେ ଅନେକ ଯାନବାହନ ଅଟକି ରହିଛି । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରେ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି ।