ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସାର ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ, ୮ ଗୁରୁତର

କୋରାପୁଟ, ୬।୦୨: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପର ମିଟିଙ୍ଗ ଗାଁ ନିକଟ ଘାଟିରୁ ଏକ ସାର ବୋଝେଇ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଭ୍ୟାନ୍‌ରୁ ଖସି ପଡ଼ି ୮ ଜଣ ଗୁରୁତର  ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଲକ୍ଷ୍ମୀପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କୋରାପୁଟ ଏସଏଲଏନକୁ ସ୍ଥାନାନ୍ତର କରାଯାଇଥିଲା । 

କାକିରିଗୁମା ସାପ୍ତାହିକ ହାଟରୁ ନିତ୍ୟବ୍ୟବହାର ଜିନିଷ ପତ୍ର କିଣି ସନ୍ଧ୍ୟାରେ ଏକ ପିକ୍‌ଅପ୍‌ ଭ୍ୟାନର ପଛପଟେ ବସି ଉପର ମିଟିଙ୍ଗ ଗ୍ରାମର ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳାମାନେ ନିଜ ଗାଁ ଉପରମିଟିଙ୍ଗକୁ ଫେରୁଥିଲେ । ଘାଟି ରାସ୍ତା ଯୋଗୁଁ ଅଧା ବାଟରେ ଭ୍ୟାନ ଚାଳକ ମହିଳାମାନଙ୍କୁ ଓହ୍ଲାଇ ଦେଇ ସାର ନେଉଥିବା ଲୋକଙ୍କୁ ଗାଡ଼ିରେ ଚଢ଼ାଇଥିଲେ । ହେଲେ ଉପରମିଟିଙ୍ଗ ଗ୍ରାମଠାରୁ ୨ କିଲୋମିଟର ଦୂର ଘାଟି ଉପରୁ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡ଼ିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.