ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ମାଓବାଦୀଙ୍କ ବୋମା ବିସ୍ଫୋରଣରେ ଜଣେ ଯବାନ ସହିଦ

Published By : Prameya | February 26, 2024 9:14 PM

ମାଲକାନଗିରି,୨୬/୨ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଆଇଡି ବିସ୍ଫୋରଣରେ ଜଣେ ଯବାନ ସହିଦ ହୋଇଛନ୍ତି । ସୀମାନ୍ତ ବିଜାପୁର ଜିଲ୍ଲାର ମାଓ ଉପଦ୍ରବ ବେଚପାଲ ନାଳ ନିକଟରେ ଏହି ଆଇଡି ବୋମା ବିସ୍ଫୋରଣ ହୋଇଥିବା ବେଳେ ସିଏଏଫର ଜଣେ ଯବାନ ଏଥିରେ ସହିଦ ହୋଇଛନ୍ତି ।

 ସୂଚନା ଅନୁଯାୟୀ ଜିଲ୍ଲା ସୀମାନ୍ତ ବେଚପାଲ ନାଳ ନିକଟରେ ସିଏଏଫର ଯବାନ ମାନେ ସର୍ଚ୍ଚ ଅପରେସନ କରୁଥିଲେ।  ହଠାତ ମାଓବାଦୀଙ୍କ ଦ୍ଵାରା ଲଗାଯାଇଥିବା ଏକ ଆଇଡି ବୋମା ବିସ୍ଫୋରଣ ଘଟିଥିଲା । ଯେଉଁଥିରେ ସିଏଏଫର ଯବାନ ରାମ ଆଶିଷ ୟାଦବ ଘଟଣା ସ୍ଥଳରେ ସହିଦ ହୋଇଥିଲେ। ଏହାପରେ ଅନ୍ୟ ସ୍ଥାନୀୟ ଯବାନଙ୍କ ଦ୍ଵାରା ତାଙ୍କ ମର ଶରୀର ଉଧାର କରିବା ସହ ସର୍ଚ ଅପରେସନକୁ ଜାରି ରଖାଯାଇଥିବା ନେଇ ବିଜପୁର ଏସପି ଜିତେନ୍ଦ୍ର ୟାଦବ ପ୍ରକାଶ କରିଛନ୍ତି  ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.