ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୁନି ଝିଅକୁ ଆଶୀର୍ବାଦ କରି ପ୍ରତିଶ୍ରୁତି ଦେଲେ ପ୍ରଧାନମନ୍ତ୍ରୀ , କହିଲେ ନିଶ୍ଚୟ ମୁଁ ଚିଠି ଲେଖିବି...

କାଙ୍କେର : ଛତିଶଗଡ଼ ବିଧାନସଭା ନିର୍ବାଚନକୁ ନଜରରେ ରଖି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଙ୍କେରରେ ପହଞ୍ଚି ଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ମୋଦି ରାଲିକୁ ସମ୍ୱୋଧିତ କରିଥିଲେ। ଏହି ସମୟରେ ପିଏମ୍‌ ମୋଦିଙ୍କ ଧ୍ୟାନ ଭିଡ଼ ଭିତରେ ଠିଆ ହୋଇ ଥିବା ଜଣେ ଛୋଟ ଝିଅ ଉପରେ ପଡ଼ିଥିଲା , ଯିଏ ହାତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ଫଟୋ ଧରି ଠିଆ ହୋଇଥିଲେ।  

ଉଲ୍ଲେଖନୀୟ ଯେ, ଛୋଟ ଝିଅଟି ପ୍ରଧାନମନ୍ତ୍ରୀଙ୍କ ଫଟୋ ଧରି ଠିଆ ହୋଇ ଥିଲେ, ତାକୁ ସେତେବେଳେ ଦେଖି ପ୍ରଧାନମନ୍ତ୍ରୀ ମଞ୍ଚରେ ଥାଇ କହିଥିଲେ, ଝିଅ କେତେବେଳୁ ଠିଆ ହେଲଣି ଦେଖୁଛି, ଥକି ଯିବ। ତମେ ସୁନ୍ଦର କାମ କରି ଆଣିଛ। ତୁମକୁ ମୁଁ ଆଶୀର୍ବାଦ ଦେଉଛି। ଏହି ପୁଲିସ ଯବାନଙ୍କୁ ଫଟୋଟି ଦେଇ ଦିଅ। 

ଏହାସହ ପ୍ରଧାନମନ୍ତ୍ରୀ କହିଥିଲେ ଝିଅ ଫଟୋ ପଛରେ ନିଜର ଠିକଣା ଲେଖି ଦେବ , ମୁଁ ନିଶ୍ଚୟ ତୁମକୁ ଚିଠି ଲେଖିବି। ଛୋଟ ଝିଅ ଉପରେ ଖୁସି ହୋଇ ପ୍ରଧାନମନ୍ତ୍ରୀ ସେଠାରେ ଝିଅଟିକୁ ଏମିତି ପ୍ରତିଶ୍ରୁତି ଦେଇ ଥିଲେ। ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଥିବା ପୁଲିସକର୍ମୀଙ୍କ ଆଡ଼କୁ ଇସାରା କରି କହିଥିଲେ, ସେ ଝିଅ ଫଟୋ ଦେବାକୁ ଚାହୁଁଛି , ତାଙ୍କ ଠାରୁ ନେଇଯାଅ , ମୋ ପାଖରେ ନିଶ୍ଚୟ ପହଞ୍ଚାଇବ। 


ଏହାସହ ପ୍ରଧାନମନ୍ତ୍ରୀ ଉକ୍ତ ରାଲି ମଞ୍ଚରେ କଂଗ୍ରେସ ଉପରେ ଖୁବ୍‌ ଟାର୍ଗେଟ୍‌ କରି ଥିଲେ ଏବଂ ଅଭିଯୋଗ କରି କହିଥିଲେ କି , ପରିବାରବାଦ, ଭାଇ ପୁତୁରାବାଦ ଓ ଦୁର୍ନୀତି ହିଁ କଂଗ୍ରେସର ରୀତିନୀତି। ସେ ଆଦିବାସୀ ବହୁଳ ବସ୍ତର ଅଞ୍ଚଳର କାଙ୍କେର ଜିଲ୍ଲାରେ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିଥିଲେ। ରାଜ୍ୟର କଂଗ୍ରେସ ସରକାର ଉପରେ ଦୁର୍ନୀତି କରିବାର ଅଭିଯୋଗ ଲଗେଇ ଥିଲେ ଏବଂ କହିଥିଲେ କି ସେ ଦୁର୍ନୀତି ସହ ଲଗାତାର ଲଢେଇ ଜାରି ରଖିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.