ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ହୋଟେଲରେ ମହିଳା କର୍ମଚାରୀଙ୍କୁ ଗଣଦୁଷ୍କର୍ମ, ସାହାଯ୍ୟ ପାଇଁ ପୀଡ଼ିତା କାନ୍ଦୁଥିବା ଭିଡିଓ ଭାଇରାଲ୍

ଆଗ୍ରା, ୧୩/୧୧: ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି ଲଜ୍ଜାଜନକ ଘଟଣା । ଏକ ହୋଟେଲରେ ଜଣେ ମହିଳା କର୍ମଚାରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ପ୍ରଥମେ ମଦ ପିଇବାକୁ ବାଧ୍ୟ କରାଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ମାମଲାରେ ପୋଲିସ ୪ ପୁରୁଷଙ୍କ ସହ ଜଣେ ମହିଳାଙ୍କୁ ଗିରଫ କରିଛି । ସାହାଯ୍ୟ ପାଇଁ ପୀଡ଼ିତା ଜଣଙ୍କ କାନ୍ଦୁଥିବାର ଭିଡିଓ ଭାଇରାଲ୍ ହେଉଛି ।

ପୀଡ଼ିତା ପୋଲିସକୁ କହିବା ଅନୁସାରେ, ତାଙ୍କୁ ତାଙ୍କର କିଛି ବନ୍ଧୁ ଓ ଅନ୍ୟମାନେ ରୁମ୍ ଭିତରକୁ ଭିଡ଼ି ନେଇ ମାଡ଼ ମାରିଥିଲେ । ଜୋର ଜବରଦସ୍ତି ମଦ ପିଇବା ଲାଗି ବାଧ୍ୟ କରିଥିଲେ । ଏପରିକି ପୀଡ଼ିତାଙ୍କ ମୁଣ୍ଡରେ ବୋତଲ ବାଡ଼େଇ ଭାଙ୍ଗିଥିବା ଅଭିଯୋଗ ହୋଇଛି ।

ବନ୍ଧୁକ ମୁନରେ ଟଙ୍କା ବାକ୍ସ ଲୁଟ୍, ଛାନଭିନ୍ ଜାରି

ଏନେଇ ପୋଲିସ ଦୁଷ୍କର୍ମ, ବଳପୂର୍ବକ ଅସଦାଚରଣ ଓ ଅନ୍ୟ ଧାରାରେ ମାମଲା ରୁଜୁ କରିଛି । ତେବେ ବଡ଼ କଥା ହେଉଛି ଗଣଦୁଷ୍କର୍ମ ଶିକାର ମହିଳା ଜଣଙ୍କ ଉକ୍ତ ହୋଟେଲରେ ଦେଢ଼ ବର୍ଷ ହେଲା କାର୍ଯ୍ୟ କରୁଥିଲେ । ଜଣେ ବ୍ୟକ୍ତି ତାଙ୍କୁ ରୁମ୍ ଭିତରକୁ ଟାଣି ନେବା ବେଳେ ମହିଳା ଜଣଙ୍କ ଚିତ୍କାର କରୁଥିବା ଭିଡିଓରେ ଦେଖା ଯାଉଛି । 

ଅନ୍ୟ ଏକ ଭିଡିଓରେ ଦେଖା ଯାଉଛି, ଯୁବତୀ ଜଣଙ୍କ କହୁଛନ୍ତି ତାଙ୍କର ପୁରୁଣା ଆପତ୍ତିଜନକ ଭିଡିଓକୁ ନେଇ ତାଙ୍କୁ ବ୍ଲାକମେଲ୍ କରାଯାଉଛି । ମହିଳା ଜଣଙ୍କ କହୁଛନ୍ତି ମୋତେ ଛାଡ଼ି ଦିଅ । ମୋର ୪ ଝିଅ ଅଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ସେମାନେ ମାଡ଼ ମାରି ଦୁଷ୍କର୍ମ କରିବା ସହ ସମସ୍ତଙ୍କ ଟଙ୍କା ଓ ଫୋନ୍ ଛଡ଼ାଇ ନେଇ ଯାଇଛନ୍ତି ।

ମହିଳାଙ୍କ ସମେତ ୩ ପୁଅଙ୍କୁ ଛୁରୀ ଭୁସି ହତ୍ୟା, ଖେଳୁଥିବା ବେଳେ ୧୨ ବର୍ଷର ବାଳକକୁ ବି ମାରିଦେଲେ

ପୋଲିସର ସୂଚନା ଅନୁସାରେ, ଶନିବାର ବିଳମ୍ବିତ ରାତିରେ ଘଟିଥିବା ଘଟଣାରେ ଏତଲା ହୋଇଛି । ହୋଟେଲଟି ଭଡ଼ା ଘରେ ଚାଲିଥିବା ବେଳେ ତାକୁ ସିଲ୍ କରି ଦିଆଯାଇଛି । ପୋଲିସ ମହିଳାଙ୍କ ଡାକ୍ତରୀ ମାଇନା ଲାଗି ପଠାଇ ତଦନ୍ତ କରୁଥିବା କହିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.