ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛତିଶଗଡ଼ରେ ରହିବେ ଦୁଇ ଉପମୁଖ୍ୟମନ୍ତ୍ରୀ, ରମଣ ସିଂହ ହେବେ ବିଧାନସଭା ବାଚସ୍ପତି

Image Courtesy: ndtv

ରାୟପୁର: ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ସହ ଉପମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ରାଜ୍ୟରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ରାଜ୍ୟ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ଏବଂ ବିଜୟ ଶର୍ମା  ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ବିଧାନସଭା ବାଚସ୍ପତି ହେବେ ବୋଲି ଜଣାପଡ଼ିଛି । 

ମୁଖ୍ୟମନ୍ତ୍ରୀ ଲାଗି ବିଜେପି ଆଦିବାସୀ ନେତାଙ୍କୁ ଚୟନ କରିଥିବା ବେଳେ ଉମୁଖ୍ୟମନ୍ତ୍ରୀ ପାଇଁ ଓବିସି ବର୍ଗ ଉପରେ ଧ୍ୟାନ ଦେଇଛି । ଅରୁଣ ସାଓ ଓବିସି ବର୍ଗରୁ ଆସିଛନ୍ତି । ସେପଟେ ବିଜୟ ଶର୍ମା କର୍ବଧାରୁ ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ ମନ୍ତ୍ରୀ ମହମ୍ମଦ ମହମ୍ମଦ ଆକବରଙ୍କୁ ୩୯, ୫୯୨ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ବିଜୟ ଶର୍ମା ରାଜ୍ୟ ବିଜେପିର ସାଧାରଣ ସଂପାଦକ ଅଛନ୍ତି ।

ଏହା ବ୍ୟତୀତ ସେ ବିଜେପି ଯୁବ ମୋର୍ଚ୍ଚା ଅଧ୍ୟକ୍ଷ ମଧ୍ୟ ରହିଥିଲେ । ତେବେ ୫୦ ବର୍ଷୀୟ ବିଜୟ ଶର୍ମା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି । ସେହିଭଳି ରାଜ୍ୟ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ପ୍ରଥମ ଥର ବିଧାନସଭା ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି । 

ଅନ୍ୟପଟେ ୩ ଥର ମୁଖ୍ୟମନ୍ତ୍ରୀ ଥିବା ରମଣ ସିଂହଙ୍କୁ ବିଧାନସଭାର ବାଚସ୍ପତି ଭାବେ ଚୟନ କରାଯାଇଛି । ଏଥର ମଧ୍ୟ ସେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିଲେ । ହେଲେ ଦଳ ତାଙ୍କ ପରିବର୍ତ୍ତେ ବିଷ୍ଣୁଦେବ ସାଏଙ୍କ ଉପରେ ଭରସା କରିଛି । ଆଉ ଛତିଶଗଡ଼ର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବ ଦାୟିତ୍ବ ନେବାକୁ ଯାଉଛନ୍ତି ଆଦିବାସୀ ନେତା ବିଷ୍ଣୁଦେବ ସାଏ

  • BJP
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.