ନୂଆଦିଲ୍ଲୀ, ୦୪/୦୯: ଏସିଆ କପରେ ଭାରତ ତାର ଦ୍ୱିତୀୟ ମୁକାବିଲାରେ ପ୍ରଥମ ଥର ପାଇଁ ନେପାଳ ବିପକ୍ଷରେ ଖେଳୁଛି । ଶ୍ରୀଲଙ୍କାର ପାଲେକଲ ଷ୍ଟାଡିୟମରେ ମ୍ୟାଚ୍ ଲାଗି ଟସ୍ ପଡ଼ିଥିବା ବେଳେ ନେପାଳକୁ ପ୍ରଥମେ ବ୍ୟାଟିଂ ପାଇଁ ଭାରତ ଆମନ୍ତ୍ରଣ କରିଛି ।
ପାକିସ୍ତାନ ବିପକ୍ଷରେ ଭାରତର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ରଦ୍ଦ ହୋଇଥିଲା । ଏବେ ଭାରତ-ନେପାଳ ବିପକ୍ଷ ମ୍ୟାଚ୍ ଜିତି ସୁପର୍-୪କୁ ଯିବା ଲାଗି ଲକ୍ଷ୍ୟ ରଖିଛି । ଗୋଟିଏ ପଏଣ୍ଟ ସହ ଏବେ ଭାରତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ନେପାଳ ପାକିସ୍ତାନ ଠାରୁ ପ୍ରଥମ ମ୍ୟାଚରେ ବୃହତ୍ତ ପରାଜୟ ବରଣ କରିଥିଲା ।
ଭାରତୀୟ କ୍ରିକେଟ୍ ଦଳକୁ ଝଟକା, ଏସିଆ କପ୍ ଅଧାରୁ ଘରକୁ ଫେରିଲେ ଯଶପ୍ରୀତ ବୁମରା
ନେପାଳ ବିପକ୍ଷ ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶରେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, ଇଶାନ କିଷାନ (ୱିକେଟ୍ ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଲ୍ ଠାକୁର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରଜ ସ୍ଥାନ ପାଇଛନ୍ତି ।
ଯଶପ୍ରୀତ ବୁମରାଙ୍କ ସ୍ଥାନରେ ଦଳରେ ମହମ୍ମଦ ଶାମିଙ୍କୁ ସାମିଲ୍ କରାଯାଇଛି । ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ବୁମରା ଭାରତ ଫେରି ଆସିଥିଲେ । ଆଜି ତାଙ୍କ ପତ୍ନୀ ସଞ୍ଜନା ଗଣେଶନ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଭାରତ ସୁପର୍-୪କୁ ଗଲେ ବୁମରା ଶ୍ରୀଲଙ୍କା ଯାଇ ପୁଣି ଟିମରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି ।
ବାପା ହେଲେ ଯଶପ୍ରୀତ ବୁମରା, ପୁଅ ଜନ୍ମ ଦେଲେ ସଞ୍ଜନା
କ୍ରିକେଟକୁ ଅନିଶ୍ଚିତତାର ଖେଳ କୁହାଯାଏ । ଯଦି ଭାରତ ବିରୋଧରେ ନେପାଳ ଭଲ ପ୍ରଦର୍ଶନ କରି ମ୍ୟାଚ୍ ଜିତିନିଏ ତ ଭାରତ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଷ୍ଟେଜରୁ ବାହାରି ଯିବ । ନେପାଳକୁ ସୁପର୍-୪ରେ ସ୍ଥାନ ମିଳିବ ।