ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବାଫ୍‌ଟା ଆୱାର୍ଡସ୍‌-୨୦୨୪: ‘ଓପେନ୍‌ହାଇମର୍‌’ର ବାଜିମାତ, ସିଲିଆନ ମର୍ଫି-ଏମା ଷ୍ଟୋନ୍‌ ଶ୍ରେଷ୍ଠ

ନୂଆଦିଲ୍ଲୀ ୨୦/୦୨: ଗୋଲ୍ଡେନ୍‌ ଗ୍ଲୋବ୍‌, କ୍ରିଟିକ୍ସ ଚଏସ୍‌ ମୁଭି ଆୱାର୍ଡସ୍‌ ପରେ ବାଫ୍‌ଟା (ବ୍ରିଟିଶ ଏକାଡେମୀ ଅଫ୍‌ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଆର୍ଟସ୍‌) ଆୱାର୍ଡସ୍‌ରେ ବାଜିମାତ୍‌ କରିଛି ଖ୍ରିଷ୍ଟୋଫର ନୋଲନ୍‌ଙ୍କ ଚର୍ଚ୍ଚିତ ବାୟୋଲୋଜିକାଲ ଥ୍ରିଲର ‘ଓପେନ୍‌ହାଇମର’ । ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଭଳି ୭ ବଡ଼ ପୁରସ୍କାର ଜିତି ଏହା ପୁଣି ନିଜର ଦବ୍‌ଦବା ଜାହିର କରିଛି । ବାଫ୍‌ଟାରେ ଏହା ୧୩ ବିଭାଗରେ ନୋମିନେଟ୍‌ ହୋଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ର ହୋଇଥିଲା । 

ନିର୍ଦ୍ଦେଶକ ଖ୍ରିଷ୍ଟୋଫର ନୋଲନ୍‌ଙ୍କ ବାୟୋପିକ୍‌ ‘ଓପେନ୍‌ହାଇମର୍‌’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି ସିଲିଆନ୍‌ ମର୍ଫି । ଫିଲ୍ମରେ ସେ ପରମାଣୁ ବୋମାର ଜନକ ବୈଜ୍ଞାନିକ ଜେ. ରୋବର୍ଟ ଓପେନ୍‌ହାଇମର୍‌ ଭୂମିକା ନିର୍ବାହ କରିଥିଲେ । ଏହି ସମ୍ମାନ ଗ୍ରହଣ କରି ସିଲିଆନ୍‌ କହିଥିଲେ, ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଜଟିଳ ଚରିତ୍ର ନିର୍ବାହ କରି ମୁଁ ନିଜକୁ ଭାଗ୍ୟଶାଳୀ ମନେକରୁଛି । ପରମାଣୁ ଅସ୍ତ୍ର ହେଉଛି ବିନାଶକାରକ ବିଷୟ, ଯାହାକୁ ଏହି ଫିଲ୍ମ ପରଦାରେ ଉତାରିଛି । ଏଭଳି ଏକ ହୃଦୟସ୍ପର୍ଶୀ ଫିଲ୍ମ ନିର୍ମାଣ ପାଇଁ ନିର୍ମାତାଙ୍କୁ ସେ ଧନ୍ୟବାଦ ଦେଇଥିଲେ । 

ସେହିପରି ୟୋରଗୋସ୍‌ ଲାନ୍‌ଥିମୋସ୍‌ଙ୍କ ଫିଲ୍ମ ‘ପୁଅର୍‌ ଥିଙ୍ଗ୍‌ସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇଛନ୍ତି ଏମା ଷ୍ଟୋନ୍‌ । ଫିଲ୍ମରେ ସେ ଜଣେ ବ୍ରିଟିଶ ମହିଳା ଭୂମିକା ନିର୍ବାହ କରିଥିଲେ । ଫିଲ୍ମ ପାଇଁ ତାଙ୍କ ଉପରେ ଭରସା କରିଥିବା ଲାନ୍‌ଥିମୋସ୍‌ଙ୍କୁ ସେ ମଞ୍ଚରେ ଧନ୍ୟବାଦ ଦେଇଥିଲେ । ଏହି ଫିଲ୍ମ ଜରିଆରେ ଏମା ପ୍ରଥମ ଥର ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି । ଏହା ତାଙ୍କର ୨ୟ ବାଫ୍‌ଟା ପୁରସ୍କାର । ଫିଲ୍ମ ‘ଲା ଲା ଲ୍ୟାଣ୍ଡ୍‌’ ପାଇଁ ୨୦୧୭ ମସିହାରେ ସେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ବାଫ୍‌ଟାରେ ମୋଟ୍‌ ୧୧ ବିଭାଗରେ ନୋମିନେଟ୍‌ ହୋଇଥିବା ‘ପୁଅର୍‌ ଥିଙ୍ଗ୍‌ସ’ ‘ଓପେନ୍‌ହାଇମର୍‌’ ପରେ ୨ୟ ସର୍ବାଧିକ ନୋମିନେଟେଡ୍‌ ଫିଲ୍ମ ଥିଲା । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.