ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅପରାହ୍ଣରେ ଶପଥ ଗ୍ରହଣ, ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ

ପାଟନା, ୨୮/୦୧: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ରବିବାର ଅପରାହ୍ଣ ୫ଟାରେ ବିହାରରେ ଗଠନ ହେବ ନୂଆ ସରକାର । ଜେଡିୟୁ-ଆରଜେଡି ମେଣ୍ଟ ଭାଙ୍ଗି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଥିବା ନୀତୀଶ କୁମାର ପୁଣି ଥରେ ବିଜେପି ସହ ମେଣ୍ଟ କରି ମୁଖ୍ୟମନ୍ତ୍ରୀ ହେବେ । ନବମଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

ନୀତୀଶଙ୍କ ନୂଆ ସରକାରରେ ୨ ଉପମୁଖ୍ୟମନ୍ତ୍ରୀ ରହିବେ । ପ୍ରଦେଶ ବିଜେପି ସଭାପତି ସମ୍ରାଟ ଚୌଧୁରୀଙ୍କ ସହ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ରେସରେ ସୁଶୀଲ ମୋଦିଙ୍କ ସହ ରେଣୁ ଦେବୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ତେବେ ବିଜେପି ବିଧାୟକ ଦଳ ବୈଠକରେ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳ ନେତା ଓ ବିଜୟ ସିହ୍ନାଙ୍କୁ ଉପ ନେତା ଚୟନ କରାଯାଇଛି ।

ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶଙ୍କ ଇସ୍ତଫା, ଆଜି ଶପଥ ନେବ ନୂଆ ସରକାର

ରାଜଭବନରେ ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କହିଥିଲେ, ମହାମେଣ୍ଟରେ ସବୁ କିଛି ଠିକ୍ ଚାଲି ନଥିଲା । ଗୋଟିଏ ପଟ ସଜାଡ଼ିବା ବେଳେ ଅନ୍ୟ ପଟ ଅସ୍ଥିର ରହୁଥିଲା । ଅନେକ ଦିନରୁ ଦଳରୁ ପ୍ରସ୍ତାବ ଆସୁଥିଲା । ଆଉ ପ୍ରସ୍ତାବ ଅନୁସାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛି ।

ସେପଟେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ବିଜେପି ସମ୍ରାଟଙ୍କୁ ଚୟନ କରିବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଆଜିର ଦିନ ମୋ ପାଇଁ ସ୍ମରଣୀୟ । ୨୦୨୦ରେ ଆମେ ବିହାରର ବିକାଶ ପାଇଁ ବହୁମତ ପାଇଥିଲୁ । ଏବେ ନୀତୀଶଙ୍କ ଠାରୁ କୌଣସି ଜଙ୍ଗଲରାଜ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛୁ ।

କେବେ କେବେ ବିଜେପି ?

ତେବେ ବିଜେପି ସହ ମିଶି ଚତୁର୍ଥ ଥର ସରକାର ଗଢ଼ିବାକୁ ଯାଉଛନ୍ତି ନୀତୀଶ କୁମାର । ଏହା ପୂର୍ବରୁ ନୀତୀଶ ୨୦୧୩ରେ ନୀତୀଶ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରିଥିଲେ । କହିଥିଲେ, ନରେନ୍ଦ୍ର ମୋଦିଙ୍କୁ ବିଜେପି ପିଏମ୍ ଚେହେରା କରିଛି । ଯାହାକୁ ଆଧାର କରି ୧୯୯୬ରୁ ବିଜେପି ସହ ଥିବା ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଥିଲେ ନୀତୀଶ ।

ଏହା ପରେ ୨୦୧୭ରେ ମହାମେଣ୍ଟରେ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ଦୁର୍ନୀତି ଅଭିଯୋଗ ଆସିବାରୁ ବଦଳି ଯାଇଥିଲେ ନୀତୀଶ କୁମାର । ଆରଜେଡି ସହ ସମ୍ପର୍କ ଛିନ୍ନ କରି ବିଜେପି ଆଡ଼କୁ ଢ଼ଳିଥିଲେ । ୨୦୧୯ ଲୋକସଭା ଓ ୨୦୨୦ ବିଧାନସଭା ନିର୍ବାଚନ ଆରଜେଡି ସହ ମିଶି ଲଢ଼ିଥିଲା ଜେଡିୟୁ ।

ପରେ ପୁଣି ଥରେ ୨୦୨୨ରେ ନୀତୀଶ ବିଜେପିକୁ ବାଏ ବାଏ କହି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲେ । ନୀତୀଶ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତେଜସ୍ୱୀ ହୋଇଥିଲେ ଉପମୁଖ୍ୟମନ୍ତ୍ରୀ । ଏବେ ପୁଣି ଥରେ ନୀତୀଶ ଆରଜେଡି-କଂଗ୍ରେସ ମେଣ୍ଟକୁ ଧକ୍କା ଦେଇ ଏନଡିଏକୁ ଫେରି ନବମଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.