ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବହୁମତ ପରୀକ୍ଷା ପୂର୍ବରୁ ବିହାରରେ ହେଲା କି ଖେଳ ? ଜେଡିୟୁ ବୈଠକରୁ ୪ ବିଧାୟକ ଗାଏବ, ମୋବାଇଲ୍ ବନ୍ଦ

ପାଟଣା, ୧୧/୦୨: ବିହାରରେ ପଲଟିବ କି ବାଜି ? ଆସନ୍ତାକାଲି ସୋମବାର ଠାରୁ ବିହାର ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏଥିସହ ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଯାହାକୁ ନେଇ ପୁଣି ଥରେ ବିହାର ରାଜନୀତିରେ ହଲଚଲ୍ ଦେଖିବାକୁ ମିଳିଛି ।

ବହୁମତ ପରୀକ୍ଷା ପୂର୍ବରୁ ଆରଜେଡି-ଜେଡିୟୁ ଉଭୟ ଉଭୟଙ୍କ ବିଧାୟକଙ୍କୁ ଏକାଠି କରୁଛନ୍ତି । ଜେଡିୟୁ ବିଧାୟକ ଦଳ ବୈଠକ ଡାକିଥିବା ବେଳେ ତେଜସ୍ୱୀଙ୍କ ବାସଭବନରେ ଏକଜୁଟ୍ ହୋଇଛନ୍ତି ଆରଜେଡିର ୭୯ ବିଧାୟକ । ଏଥିସହ ହାଇଦ୍ରାବାଦରୁ ଫେରିଥିବା କଂଗ୍ରେସର ୧୯ ବିଧାୟକ ତେଜସ୍ୱୀଙ୍କ ବାସଭବନକୁ ଯାଉଛନ୍ତି ।

ଆରଜେଡିର ଦାବି ଅନୁସାରେ, ବହମୁତ ପରୀକ୍ଷା ପୂର୍ବରୁ ଖେଳ ହେବ । ଏହାରି ଭିତରେ ଜେଡିୟୁର ବିଧାନମଣ୍ଡଳ ବୈଠକରେ ସମସ୍ତ ୪୫ ବିଧାୟକ ସାମିଲ୍ ହୋଇ ନାହାନ୍ତି । କୁହା ଯାଉଛି, ଜେଡିୟୁର ୪ ବିଧାୟକ ବୀମା ଭାରତୀ, ସୁଦର୍ଶନ, ଦିଲୀପ ରାୟ ଓ ରିଙ୍କୁ ସିଂ ବୈଠକରେ ଯୋଗ ଦେଇ ନାହାନ୍ତି । ସେମାନଙ୍କ ମୋବାଇଲ୍ ବନ୍ଦ ଥିବା ଜଣାପଡ଼ିଛି ।

ବୈଠକରେ ବିଧାୟକଙ୍କୁ ନୀତୀଶ ସିଧା ସିଧା କହିଛନ୍ତି, ଗୃହରେ ଆମ ସମସ୍ତଙ୍କୁ ଏକଜୁଟ୍ ହେବାକୁ ପଡ଼ିବ । ସମସ୍ତେ ସମୟରେ ବିଧାନସଭାରେ ଉପସ୍ଥିତ ରହିବେ । କେହି ଉତ୍ତେଜନା ସୃଷ୍ଟି କରିବେ ନାହିଁ । ନିୟମ ଅନୁସାରେ ଗୃହ ପରିଚାଳନା ଲାଗି ସହଯୋଗୀ କରିବେ । ଭରସା ଅଛି, ଆମେ ବହୁମତ ହାସଲ କରିବା ।

ସୂଚନା ଅନୁସାରେ, ବିହାର ସରକାରରେ ମନ୍ତ୍ରୀ ହୋଇଥିବା ନିର୍ଦ୍ଦଳୀୟ ବିଧାୟକ ସୁମିତ୍ ସିଂ ବୈଠକ ଅଧାରୁ ପଳାଇଛନ୍ତି । ତେବେ ସେ କହିଛନ୍ତି, ଆମେ ସମସ୍ତେ ଏକାଠି ଅଛୁ । ଆସିନଥିବା ୪ ବିଧାୟକଙ୍କ ସହ ଆଲୋଚନା ଚାଲିଛି । ସେମାନେ ପହଞ୍ଚିବେ । ସେପଟେ ଜିତନରାମ ମାଞ୍ଝୀ ମଧ୍ୟ ବିଧାୟକଙ୍କ ସହ ବୈଠକ କରିଛନ୍ତି । ସମସ୍ତେ କହିଛନ୍ତି ଆମେ ଏନଡିଏ ସହ ଅଛୁ ।

ବିହାର ବିଧାନସଭାର ମୋଟ ଆସନ ସଂଖ୍ୟା ୨୪୩ । ବହୁମତ ହେଉଛି ୧୨୨ । ଯେତେବେଳେ କି ଏନଡିଏ ପାଖରେ ୧୨୮ ଆସନ ରହିଛି । ବିଜେପି ୭୮, ଜେଡିୟୁ ୪୫, ହିନ୍ଦୁସ୍ତାନୀ ଅୱାମ୍ ମୋର୍ଚ୍ଚା (HAM) ପାଖରେ ୪ ବିଧାୟକ ଓ ଜଣେ ନିର୍ଦ୍ଦଳୀୟ ସୁମିତ୍ ସିଂ ଅଛନ୍ତି । ଯେତେବେଳେ କି ବିରୋଧୀଙ୍କ ପାଖେ ୧୧୪ ସଦସ୍ୟ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.