ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେଜ୍ରିଓ୍ବାଲଙ୍କ ଅଡ଼ୁଆ ବଢ଼ିଲା: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ କୋର୍ଟ ଗଲା ଇଡି, ଫେବୃଆରୀ ୭ରେ ଶୁଣାଣି

Image Courtesy: Social Media

ନୂଆଦିଲ୍ଲୀ: ମଦ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଏହା ସହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ କେଜ୍ରିଓ୍ବାଲଙ୍କ ପ୍ରତି କଠୋର ହେବାରେ ଲାଗିଛି । ବାରମ୍ବାର ସମନ ସତ୍ତ୍ବେ କେଜ୍ରିଓ୍ବାଲ ହାଜର ନହେବାରୁ ଏବେ ଇଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ପିଏମଏଲଏ କୋର୍ଟରେ ପିଟିସନ ଦାୟର କରି ଇଡି କହିଛି ଯେ, ସମନ ଦେବା ପରେ ବି ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେଉ ନାହାନ୍ତି । କୋର୍ଟ ମାମଲରେ ଫେବୃଆରୀ ୭ରେ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି ।  

 ବାରମ୍ବାର ସମନ ସତ୍ତ୍ଵେ ହାଜର ନ ହେବାରୁ ପିଏମଏଲଏର ଧାରା ୫୦ ଆଧାରରେ କେଜ୍ରିଓ୍ଵାଲଙ୍କ ବିରୋଧରେ ଏତଲା ଦାୟର କରିଛି ଇଡି । ମଦ ନୀତି ଦର୍ନୀତି ମାମଲାରେ ଇଡି ଅରବିନ୍ଦ କେଜରିଓ୍ଵାଲଙ୍କୁ ୨୦୨୩ ନଭେମ୍ବର ମାସରୁ ଏ ପର୍ଯ୍ୟନ୍ତ ପାଞ୍ଚ ଥର ସମନ ଜାରି କରି ସାରି ଛି। ଶେଷ ଥର ଜାନୁଆରୀ ୩୧ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସମନ ପଠାଯାଇଥିଲା ଓ ଫେବୃଆରୀ ୨ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର  ହେବାକୁ କୁହାଯାଇଥିଲା । ହେଲେ ସବୁଥର ଭଳି ଏଥର ମଧ୍ୟ କେଜ୍ରିଓ୍ଵାଲ ସମନକୁ ବେଆଇନ୍‌ କହିବ ସହ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଇପିସି ଧାରା ୧୭୪ ଆଧାରରେ ମାମଲା ରୁଜୁ କରିଛି ।

ଇଡିକୁ ଲଗାଇ ବିଜେପି ସରକାର କେଜ୍ରିଓ୍ବାଲଙ୍କୁ ଗିରଫ କରିବାକୁ ଚାହୁଁଛି ବୋଲି ଆପ୍‌ ଅଭିଯୋଗ କରିଆସିଛି । ଏହା ସହ କେଜ୍ରିଓ୍ବାଲଙ୍କୁ ଗିରଫ କରି ଆପ ସରକାରକୁ ଭାଙ୍ଗିବାକୁ ବିଜେପି ଚେଷ୍ଟା କରୁଥିବା ନେଇ ମଧ୍ୟ ଅଭିଯୋଗ କରିଛି ଦଳ । ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ୫ ଥର ସମନ କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେଜ୍ରିଓ୍ବାଲ କୌଣସି ସମନର ଜବାବ ଦେଇନାହାନ୍ତି କିମ୍ବା ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ଏବେ ଇଡି କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କେଜ୍ରିଓ୍ବାଲଙ୍କ ଅଡ଼ୁଆ ବଢ଼ିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି

  • Arvind Kejriwal
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.