ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାତ୍ର ୧୫ ସେକେଣ୍ଡରେ ଆଇନ୍ ଲେଖିଲା ChatGPT, ସରକାର କଲେ ପାରିତ

ଜୟପୁର, ୦୫/୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ର ବ୍ୟବହାର ଆମ ଜୀବନ ଯାତ୍ରାକୁ ସହଜ କରିଛି । ମଣିଷ ଘଣ୍ଟା ଘଣ୍ଟା ଧରି କରୁଥିବା କାମକୁ ଏଆଇ ମାତ୍ରେ କେଇ ସେକେଣ୍ଡରେ କରି ପାରୁଛି । ଦୁନିଆରେ ଚାଟଜିପିଟିର ଲଞ୍ଚିଂ ପରେ ଏହାକୁ ଅନେକ ସ୍ୱାଗତ କରୁଥିବା ବେଳେ ଅନେକ ବିରୋଧ ବି କରୁଛନ୍ତି ।

ତେବେ ମଣିଷ ସମାଜରେ କିଭଳି ଚଳିବ, ସେଥିପାଇଁ କଣ ରହିବ ନିୟମ କାନୁନ । ଉଲ୍ଲଂଘନ କଲେ କଣ ଜରିମାନା କରାଯିବ । ଏସବୁ ନିଷ୍ପତ୍ତି ମଧ୍ୟ ଏଆଇ ନେବା ଆରମ୍ଭ କଲାଣି । ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରାଜିଲରେ ଏଆଇ ଲେଖିଥିବା ବିଧେୟକକୁ ପାରିତ କରାଯାଇଛି । ବ୍ରାଜିଲର ପୋର୍ଟୋ ଆଲେଗ୍ରେ ସହରରେ ଏଆଇ ଲେଖିଥିବା ବିଧେୟ ଆଇନରେ ପରିଣତ ହୋଇଛି ।

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂହଙ୍କୁ ଘରେ ପଶି ଗୁଳି କରି ହତ୍ୟା, ‘ଜଙ୍ଗଲରାଜ ଆରମ୍ଭ’ କହି ଘେରିଲା କଂଗ୍ରେସ

ସହରର କାଉନସିଲ୍ ମେମ୍ବର ରାମିରୋ ରୋସାରିଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାରର ସମର୍ଥନ କରିଛନ୍ତି । ବ୍ରାଜିଲରେ ମାତ୍ର ୧୫ ସେକେଣ୍ଡରେ ଏଆଇ ଉପଯୋଗରେ ପାଣି ମିଟର ନେଇ ଆଇନ୍ ଲେଖା ଯାଇଛି । ଦୀର୍ଘଦିନରୁ ପଡ଼ି ରହିଥିବା ଏହି ମାମଲାରେ ବାସ୍ତବ ଓ ଉପଯୋଗୀ ପରାମର୍ଶ ଦେଇଛି ଏଆଇ । ଯାହାକୁ ନେଇ ସମସ୍ତେ ପ୍ରଭାବିତ ହେବା ସହ ଚକିତ ହୋଇ ଯାଇଛନ୍ତି ।

ଦୀର୍ଘ ଦିନରୁ ପଡ଼ି ରହିଥିବା ମାମଲାରେ ଏଆଇ ଦ୍ୱାରା ପ୍ରସ୍ତୁତ ବିଲକୁ କାଉନସିଲରେ ପାରିତ କରାଯାଇଛି । ଏଆଇ ଲେଖିଥିବା ବିଲରେ ଚୋରି ହୋଇଥିବା ସମସ୍ତ ପାଣି ମିଟରକୁ ୩୦ ଦିନ ମଧ୍ୟରେ ପୁନଃ ସ୍ଥାପିତ କରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି । ଏଥିସହ ଚୋରି ହୋଇଥିବା ମିଟର ସ୍ଥାନରେ ନୂଆ ମିଟର ସ୍ଥାପନ ବେଳେ ଘର ମାଲିକଙ୍କୁ ରିହାତି ଦେବାକୁ କୁହାଯାଇଛି ।

ପୁଣି ଚର୍ଚ୍ଚାରେ ବାହାନଗା ରେଳ ଷ୍ଟେସନ : ଦୁର୍ଘଟଣାଗ୍ରସ୍ତ ଟ୍ରେନ ବଗି କାଟିବାକୁ ଆସି ଶ୍ରମିକ ନିଖୋଜ

ତେବେ ଏଆଇ ଲେଖିଥିବା ଏହି ବିଲର ଖୁଲାସା ଆଇନ୍ ପ୍ରଣୟନ ହେବା ପରେ ହୋଇଛି । ଅନେକ ଦିନରୁ ଆଇନ୍ ପ୍ରଣୟନ କ୍ଷେତ୍ରରେ ଏଆଇର ବ୍ୟବହାରକୁ ନେଇ ବିଶ୍ୱରେ ଚର୍ଚ୍ଚା ହେଉଥିବା ବେଳେ ବ୍ରାଜିଲରେ ଏହାକୁ ସ୍ୱୀକାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.