ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଭୋଟିଂର ୩ ଦିନ ପୂର୍ବରୁ ଛତିଶଗଡ଼ରେ ଲାଲ୍ ହିଂସା, ପ୍ରଚାର ବେଳେ ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ରାୟପୁର, ୦୪/୧୧: ନଭେମ୍ବର ୭ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ହେବ । ମତଦାନକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ନକ୍ସଲ ପ୍ରଭାବିତ ବସ୍ତରରେ ଦେଖିବାକୁ ମିଳିଛି ହିଂସା । ନିର୍ବାଚନ ପ୍ରଚାର ବେଳେ ମାଓବାଦୀ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । 

ନାରାୟଣପୁର ଜିଲ୍ଲା ବିଜେପିର ଉପସଭାପତି ରତନ ଦୁବେଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଶନିବାର ରତନ ଦୁବେ ନାରାୟଣପୁରର କୌଶଳନରରେ ପ୍ରଚାର କରୁଥିଲେ । ସେ ଉକ୍ତ ଅଞ୍ଚଳରେ ଜିଲ୍ଲା ପଞ୍ଚାୟତରୁ ମଧ୍ୟ ପ୍ରତିନିଧିତ୍ୱ କରୁଛନ୍ତି । ରତନ ଦୁବେଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି । 

ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆ ଅଲଆଉଟ୍, ସଟ୍ ମାରୁ ମାରୁ ଖସିଗଲା କ୍ୟାମରନ୍ ଗ୍ରୀନଙ୍କ ବ୍ୟାଟ୍

ହତ୍ୟାକାଣ୍ଡ ପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳକୁ ପଠା ଯାଇଥିବା କହିଛନ୍ତି ଆଇଜି । ସମସ୍ତ କିଛି ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଏହି ହତ୍ୟାକାଣ୍ଡ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ମୋହଲା-ମାନପୁର ଅଞ୍ଚଳରେ ଘଟିଛି । 

ଏହା ପୂର୍ବରୁ ଅକ୍ଟୋବରରେ ଉକ୍ତ ଅଞ୍ଚଳରେ ଅଜଣା ଆତତାୟୀ ଜଣେ ବିଜେପି କର୍ମୀଙ୍କ ସହ ଅନ୍ୟ ଜଣଙ୍କୁ ହତ୍ୟା କରିଥିଲେ । ୩ ଜଣ ବାଇକରେ ଆସି ଗୁଳିମାଡ଼ କରି ୨ ଜଣଙ୍କ ଜୀବନ ନେଇଥିଲେ । ଏବେ ମତଦାନକୁ ମାତ୍ର ୩ ଦିନ ବାକି ଥିବାବେଳେ ବସ୍ତର ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ସୁରକ୍ଷା ଚିନ୍ତାକୁ ବଢ଼ାଇ ଦେଇଛି ।

୮୦ କୋଟି ଭାରତୀୟଙ୍କୁ ମୋଦୀ ସରକାରଙ୍କ ବଡ ଉପହାର, ୫ ବର୍ଷ ପର୍ଯ୍ୟନ୍ତ ମାଗଣା ରାସନ ଦେବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା...

Copyright © 2022 - Summa Real Media Private Limited. All Rights Reserved.