ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ଲଢିପାରନ୍ତି ସାନପୁଅ

ଭୁବନେଶ୍ଵର, ୩୦/୦୧ : ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ୨୦୨୪ ନିର୍ବାଚନ ଲଢ଼ିବେନି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ତାଙ୍କ ବଦଳରେ ତାଙ୍କ ପୁଅ ସୌମେନ୍ଦ୍ର ମିଶ୍ର ବିଧାନସଭା ନିର୍ବାଚନ ଲଢ଼ିବେ। ଏନେଇ ବଲାଙ୍ଗୀରରେ ହୋଇଥିବା କମିଟି ମିଟିଂରେ ଏହା ନିଷ୍ପତି ହୋଇଛି। ନରସିଂହ ମିଶ୍ର କହିଛନ୍ତି ଯେ, ଏଆଇସିସିକୁ ଏହା ଜଣାଇ ଦିଆଯାଇଛି। ଏନେଇ AICC ଯାହା ନିଷ୍ପତି ନେବ।

ସୂଚନାନୁଯାୟୀ, ବୟସାଧିକ କାରଣରୁ ନରସିଂହ ମିଶ୍ର ଆସନ୍ତା ନିର୍ବାଚନ ଲଢିବେନି ବୋଲି ପୂର୍ବରୁ ଘୋଷଣା କରିଥିଲେ। ସେ କହିଥିଲେ ଯେ, ତାଙ୍କ ବଦଳରେ ତାଙ୍କ ସାନ ପୁଅ ନିର୍ବାଚନ ଲଢିବେ। ବଲାଙ୍ଗୀରରେ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଯୋଗ୍ୟ ପ୍ରାର୍ଥୀ ତାଙ୍କ ନଜରକୁ ଆସି ନାହାଁନ୍ତି। ତେଣୁ ସୌମେନ୍ଦ୍ରଙ୍କୁ ଟିକେଟ ମିଳିବ ବୋଲି ତାଙ୍କର ଆଶା ରହିଛି। ତେବେ ଜିଲ୍ଲାର ଅନ୍ୟ କଂଗ୍ରେସ ନେତୃତ୍ଵଙ୍କ ପାଇଁ ସେ କ୍ୟାମ୍ପେନିଂ କରିବେ। ବଲାଙ୍ଗୀରରୁ ୫ ଥରର ବିଧାୟକ ଥିବା ନରସିଂହ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ଆଇନ ମନ୍ତ୍ରୀ ଥିଲେ। 

କିଏ ଯିବ ଦିଲ୍ଲୀ ଦରବାର, ଆରମ୍ଭ ହେଲା ଅଙ୍କକଷା: ରାଜ୍ୟସଭା ସିଟ୍ ପାଇଁ ଲବିରେ ଦୁଇ ଡଜନ ନେତାAlso Read :-



  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.