ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗରେ ଦଣ୍ଡାଦେଶ, ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୩ ଲକ୍ଷ ଜୋରିମାନା

ଭୁବନେଶ୍ୱର, ୨୭।୧: ଆର୍‌ବିଆଇ ଅଫିସର କହି ୨ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ୨ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି । ଦଣ୍ଡାଦେଶ ଶୁଣାଣି କଲେ ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି କୋର୍ଟ । ଅଭିଯୁକ୍ତ ଦୁଇ ଜଣ ନୋଏଡ଼ାର ବିଜୟ ଭରଦ୍ୱାଜ ଓ ହିମାଂଶୁ ଭଣ୍ଡାରୀ । ଉଭୟଙ୍କୁ ଠକାମୀ ମାମଲାରେ ଗତ ୨ ବର୍ଷ ତଳେ ଗିରଫ କରାଯାଇଥିଲା । ବର୍ତ୍ତମାନ ଉଭୟଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ଓ ୩ ଲକ୍ଷ ଟଙ୍କାର ଜୋରିମାନା ଘୋଷଣା କରିଛି କୋର୍ଟ । 

ପ୍ରମୋଦ କୁମାର ଏହି ଠକାମୀର ଶିକାର ହୋଇଥିବା ସୂଚନା । ପ୍ରମୋଦ କେନ୍ଦୁଝର ଜୋଡ଼ାର ଜଣେ ବ୍ୟବସାୟୀ । ଠକାମୀର ଶିକାର ହେବା ପରେ ସେ ଏନେଇ ଥାନାରେ ଅଭିଯୋଗ କରିଥିଲେ । ପ୍ରମୋଦଙ୍କଠାରୁ ଦୁଇ ଅଭିଯୁକ୍ତ ୨ କୋଟି ୩୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଥିଲା । ତେବେ ‘ପ୍ରଧାନମନ୍ତ୍ରୀ ରାହତ କୋଶ ଯୋଜନା’ ଅନ୍ତର୍ଗତ ଋଣ କରାଇବାକୁ କହି ତାଙ୍କ ଆକାଉଣ୍ଟକୁ ୩ କୋଟି ଟଙ୍କା ଆସିବା ନେଇ କହିଥିଲେ । ଏଥିପାଇଁ ଏମାନେ ପ୍ରମୋଦଙ୍କର କିଛି ବ୍ୟକ୍ତିଗତ ତଥ୍ୟ ମଧ୍ୟ ମାଗିଥିଲେ । ଯାହା ମାଧ୍ୟମରେ ପରେ ତାଙ୍କଠୁ ପାଖାପାଖି ୩ କୋଟି ଟଙ୍କା ଠକିନେଇଥିଲେ ।     

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.