ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ: ଘୁଞ୍ଚିଲା ଭାରତୀୟ ଦଳ ଘୋଷଣା, ଜାଡେଜା ଏବଂ ରାହୁଲଙ୍କ ଫିଟ୍‌ନେସ ପ୍ରମାଣପତ୍ରକୁ ଅପେକ୍ଷା

ନୂଆଦିଲ୍ଲୀ,୧୦/୦୨: ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ  ଚାଲିଥିବା ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପରବର୍ତ୍ତୀ ୩ଟି ମ୍ୟାଚ୍‌ ପାଇଁ  ଦଳ ଚୟନ ସ୍ଥଗିତ ରଖାଯାଇଛି । ଶୁକ୍ରବାର ଚୟନକମିଟି ଦଳ ଘୋଷଣା  କରିବାର ଥିଲା । ମାତ୍ର ଚୟନ କମିଟି ଆହତ ସମସ୍ୟା ଦେଇ ଗତି କରୁଥିବା କେଏଲ ରାହୁଲ ଓ ରବିନ୍ଦ୍ର ଜାଡେଜାଙ୍କ ଫିଟ୍‌ନେସ ପ୍ରମାଣପତ୍ର  ପାଇ ନଥିବାରୁ ଦଳ ଘୋଷଣାକୁ ସ୍ଥଗିତ  ରଖିଛି । ଉଭୟ ପ୍ରଥମ ଟେଷ୍ଟରେ ଆହତ ହୋଇଥିଲେ । 

ସମ୍ପ୍ରତି ଉଭୟ  ଜାତୀୟ କ୍ରିକେଟ୍‌ ଏକାଡେମୀରେ ଚିକିତ୍ସିତ ହେଉଛନ୍ତି । ତୃତୀୟ ଟେଷ୍ଟ ପୂର୍ବରୁ ଉଭୟ ସମ୍ପୂର୍ଣ୍ଣ ମ୍ୟାଚ୍‌ ଫିଟ୍‌ନେସ ଫେରିପାଇବେ ବୋଲି ଆଶା କରାଯାଉଥିଲା । ନିୟମ ଅନୁଯାୟୀ ଏନ୍‌ସିଏ ଚିକିତ୍ସିତ ହେଉଥିବା ଖେଳାଳିମାନଙ୍କ ଫିଟ୍‌ନେସ ପ୍ରମାଣପତ୍ର ନପାଇବା ପର୍ଯ୍ୟନ୍ତ ଚାୟନକମିଟି ସେମାନଙ୍କୁ ଦଳରେ ସ୍ଥାନ ଦେଇପାରିବେ ନାହିଁ ।  

ବ୍ୟକ୍ତିଗତ କାରଣରୁ ପ୍ରଥମ ୨ଟି ଟେଷ୍ଟ ଖେଳିନଥିବା ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ନେଇ କୌଣସି ସୂଚନା ମିଳିନାହିଁ । ସେ ସମ୍ପୂର୍ଣ୍ଣ ସିରିଜରୁ ବାଦ ପଡ଼ିବା ଆଶଙ୍କା ରହିଛି । ମହମ୍ମଦ ସିରାଜ ତୃତୀୟ ଟେଷ୍ଟକୁ ଖେଳିବେ ଓ ଯଶପ୍ରୀତ ବୁମରାଙ୍କ ସହ ପେସ୍‌ ବିଭାଗ ସମ୍ଭାଳିବେ। ମାତ୍ର ଶେଷ ୨ଟି  ଟେଷ୍ଟ ମଧ୍ୟରୁ ଯେକୌଣସି ଗୋଟିଏରୁ ବୁମରାଙ୍କୁ ବିଶ୍ରାମ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.