ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନବୀନ ନିବାସରେ ବିଜେଡିରେ ମିଶିଲେ ଭି.କେ ପାଣ୍ଡିଆନ୍, ଶଙ୍ଖ ଭବନରେ ଦିଆଯିବ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୭/୧୧: ଆଇଏଏସ୍ ଚାକିରି ଛାଡ଼ିବା ପରେ ରାଜ୍ୟ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପାଇଥିବା ଭି.କେ ପାଣ୍ଡିଆନ୍ ବିଜେଡିରେ ମିଶିଛନ୍ତି । ଏନେଇ ନବୀନ ନିବାସରେ ଘୋଷଣା କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ ନିବାସରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ସହ ଦଳର ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପାଣ୍ଡିଆନ୍ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

କିଛି ସମୟ ପରେ ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଶଙ୍ଖ ଭବନରୁ ଭି.କେ ପାଣ୍ଡିଆନ୍ ଗଞ୍ଜାମର ତାରାତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ ବୋଲି ଜଣାପଡ଼ିଛି । ଏବେ ପାଣ୍ଡିଆନ୍ ୫ଟି ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ଅଛନ୍ତି ।

୫ଟି ସଚିବ ଭି.କେ. ପାଣ୍ଡିଆନ୍ ନେଲେ VRS

ଆଇଏଏସ୍ ଥିବା ବେଳେ ପାଣ୍ଡିଆନ୍ କ୍ରମାଗତ ୧୨ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ । ଧର୍ମଗଡ଼ରୁ ଉପଜିଲ୍ଲାପାଳ ଭାବେ ଆଇଏଏସ୍ ଚାକିରି ଆରମ୍ଭ କରିଥିବା ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ପରେ ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ରହିବା ପରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ମିଳିଥିଲା ।

୨୦୨୩ ଅକ୍ଟୋବର ୨୦ରେ ଓଡ଼ିଶା କ୍ୟାଡର ଆଇଏଏସ୍ ଅଧିକାରୀ ଭି.କେ ପାଣ୍ଡିଆନ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଭିଆରଏସର ଦିନକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି.କେ ପାଣ୍ଡିଆନଙ୍କୁ ୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ନିଯୁକ୍ତ କରିବା ସହ କ୍ୟାବିନେଟ୍ ପାହ୍ୟା ଦେଇଥିଲେ । ଆଜି ସୋମବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଭି.କେ ପାଣ୍ଡିଆନ୍ ଦିନ ୧୦ଟା ୧୫ରେ ବିଜେଡିରେ ସାମିଲ୍ ହୋଇଛନ୍ତି । ବିଜେଡି ପାଣ୍ଡିଆନରେ ସାମିଲ୍ ହୋଇଥିବା ବେଳେ ସ୍ୱାଗତ କରିଛନ୍ତି ଦଳର ନେତା ।

5T ସଚିବଙ୍କ ପୁରୀ, କୋଣାର୍କ ଓ କାକଟପୁର ପରିଦର୍ଶନ: ମା' ମଙ୍ଗଳା ପୀଠର ହେବ ଉନ୍ନତିକରଣ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.