ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଲାଞ୍ଚନେବା ମାମଲାରେ ଭିଜିଲାନ୍ସ ଟ୍ରାପ ହୋଇଥିବା ପୂର୍ବତନ ଏ ଆର ଆଇ ଙ୍କୁ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା

ମାଲକାନଗିରି,୧୨/୨: ଲାଞ୍ଚନେବା ମାମଲାରେ ଭିଜିଲାନ୍ସ ଟ୍ରାପ ହୋଇଥିବା ପୂର୍ବତନ ଏ ଆର ଆଇ ଙ୍କୁ ଆଜି ଭିଜିଲାନ୍ସ କୋର୍ଟ ପକ୍ଷରୁ ୨ ବର୍ଷ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି । ମାଲକାନଗିରି ଜିଲ୍ଲା ଖଇରପୁଟ ତହସିଲ ଅନ୍ତର୍ଗତ ଗୋବିନ୍ଦପାଲି ସର୍କଲ ଓ ଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ବାଲିମେଳା ସର୍କଲ ଦାଇତ୍ୱରେ ଥିବା ପୂର୍ବତନ ଅତିରିକ୍ତ ରାଜସ୍ୱ ନିରୀକ୍ଷକ କାଶୀନାଥ ମଣ୍ଡଳ ଗତ ୨୦୧୫ ମସିହାରେ       ଏକ ଜମି ଜମା ମାମଲାରେ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ । ସେହି ମାମଲାର ଆଜି ଜୟପୁର ଭିଜିଲାନ୍ସ ଅଦାଲତରେ ବିଚାର କରାଯାଇଛି । ସାକ୍ଷୀ ପ୍ରମାଣ ମତେ ଭିଜିଲାନ୍ସ ଜଜ ବିଚାର କରି ପୂର୍ବତନ ଏଆରଆଇ ଶ୍ରୀ ମଣ୍ଡଳଙ୍କୁ ୨ ବର୍ଷ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିବାର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.