ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅକ୍ଷୟ ଶକ୍ତି ବୃଦ୍ଧି ବିନା ଇଭି ମୂଲ୍ୟହୀନ

ଭୁବନେଶ୍ୱର,୧୦/୧୨: ବିଦ୍ୟୁତ ଯାନ (ଇଭି) ବ୍ୟବହାର କଲେ ପ୍ରଦୂଷଣ କମିବ । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ପରିମାଣ କମିବ ବୋଲି କୁହାଯାଉଛି । ହେଲେ ଏସବୁ କେବଳ ଅକ୍ଷୟ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ହେଲେ ସମ୍ଭବ ହୋଇପାରିବ । ଯଦି ଅକ୍ଷୟଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରାନଯାଏ, ତେବେ ଯେତେ ଅଧିକ ଇଭି ବ୍ୟବହାର କଲେ କିଛି ଲାଭ ହେବନାହଁ । ଏ ସମସ୍ତ କଥା ମୂଲ୍ୟହୀନ ହୋଇପଡିବ ବୋଲି ଇଣ୍ଡିଆନ ନ୍ୟାସନାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ (ଆଇଏନ୍‌ଏଇ)ର ବାର୍ଷିକ ସମ୍ମେଳନରେ ବକ୍ତାମାନେ କହିଛନ୍ତି ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସମ୍ମିଳନୀ କକ୍ଷରେ ତିନିଦିନିଆ ସମ୍ମେଳନର ପ୍ରଥମ ଦିନରେ ‘ନୂଆ ବୈଷୟିକ ଶିଳ୍ପ’ ଆଲୋଚନାରେ ଭାଗ ନେଇ ବିଶିଷ୍ଟ ବୈଜ୍ଞାନିକ ଓ ଶିକ୍ଷାବିତ୍‌ ଏଭଳି ମତପୋଷଣ କରିଛନ୍ତି । ଏହି ଅବସରରେ ଟାଟା ମୋଟର୍ସର ଆଡଭାନ୍ସଡ୍‌ ଇଞ୍ଜିନିୟରିଂ ବିଭାଗ ମୁଖ୍ୟ ଚନ୍ଦନ ସୋହନି କହିଥିଲେ, ଏବେବି ୭୫% ବିଦ୍ୟୁତ କୋଇଲାରୁ ଉତ୍ପାଦନ ହେଉଛି । ତେଣୁ ବିଦ୍ୟୁତ ଉତ୍ପାଦନ ଅକ୍ଷୟ ଶକ୍ତିରୁ ନ କରି ଇଭି ଚଳାଚଳ ସଂଖ୍ୟା ବଢାଇଲେ କିଛି ଲାଭ ହେବନି । ସେହିପରି ଅଧିକରୁ ଅଧିକ ଇଥାନଲ୍‌, ବାୟୋଡିଜେଲ୍‌ ବ୍ୟବହାର କରି ପ୍ରଦୂଷଣ କମାଇବା ନେଇ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି । ଇଭିର ପୁରୁଣା ବ୍ୟାଟେରୀ ୬ରୁ ୮ ବର୍ଷ ପରେ ଗାଡିରେ କାମରେ ଲାଗିବ ନାହିଁ । ମାତ୍ର ତାହାକୁ ଅନ୍ୟ ସ୍ଥାନରେ ସ୍ଥିର ଜାଗାରେ ରଖି କାମରେ ଲଗାଯାଇପାରିବ ବୋଲି ସେ କହିଛନ୍ତି । ଭାରତରେ ମାତ୍ର ୧୦ ହଜାର ଇଭି ଚାର୍ଜିଂ ଷ୍ଟେସନ ଥିବା ବେଳେ ଚୀନ୍‌ରେ ୧.୮ ନିୟୁତ ଚାର୍ଜିଂ ଷ୍ଟେସନ ଥିବା ଶ୍ରୀ ସୋହନି ସୂଚନା ଦେଇଛନ୍ତି ।

ଆଇଆଇଟି ମାଡ୍ରାସ୍‌ର ପ୍ରଫେସର ତଥା ଅଗ୍ନିକୂଳ କସମସ୍‌ ଇ-ପ୍ଲେନ୍‌ର ସହ ପ୍ରତିଷ୍ଠାତା ଡ.ସତ୍ୟନାରାୟଣ ଆର୍‌ ଚକ୍ରବର୍ତ୍ତୀ କହିଛନ୍ତି, ଭାରତ ଉନ୍ନତମାନର ଯାତ୍ରୀବାହୀ ବିମାନ ପ୍ରସ୍ତୁତ କରିବା ନେଇ ଗବେଷଣା ଜାରି ରଖିଛି । ଆଗାମୀ ଦିନରେ ୫୦ ସିଟ୍‌ ବିଶିଷ୍ଟ ବୈଦ୍ୟୁତିକ ବିମାନ ନିର୍ମାଣ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯିବ ବୋଲି ସେ କହିଛନ୍ତି । ଆପ୍ଲାଏଡ୍‌ ମ୍ୟାଟେରିଆଲ୍ସ୍‌ ଇଣ୍ଡିଆର ମୁଖ୍ୟ ବୈଷୟିକ ଅଧିକାରୀ ଡ. ସୂରଜ ରେଙ୍ଗାରାଜନ ସେମିକଣ୍ଡକ୍ଟର୍‌ ଶିଳ୍ପର ଚାହିଦା ବଢିଥିବା କଥା କହିଛନ୍ତି । ଷ୍ଟ୍ରାଣ୍ଡ ଲାଇଫ ସାଇନ୍ସେସର ମୁଖ୍ୟ ନିର୍ବାହୀ ଅଧିକାରୀ ଡ. ରମେଶ ହରିହରନ୍‌ ଏବେ ଜିନମ୍‌ ସିକ୍ୱେନ୍ସିଂ କିଭଳି ସହଜ ଓ ସ୍ୱଳ୍ପ ଅର୍ଥ ବ୍ୟୟରେ ହୋଇପାରୁଛି, ସେ ସମ୍ପର୍କରେ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.