ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହତ୍ୟାରେ ସାହାଯ୍ୟ କରିବା ପଡ଼ିଲା ମହଙ୍ଗା, ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ,୩୦/୧ :  ଭାରତୀୟ ମୂଳ ଯୁବକ ପ୍ରୀତପାଲ ସିଂଙ୍କୁ ବ୍ରମ୍ପଟନରେ ଅନ୍ୟ ଜଣେ ଭାରତୀୟ ମୂଳ ଯୁବକଙ୍କୁ ହତ୍ୟା କରିବାରେ ସାହାଯ୍ୟ କରିବା ଅଭିଯୋଗରେ କାନାଡ଼ାରେ ଗିରଫ କରାଯାଇଛି । ଅନ୍ୟ ଜଣେ ୧୬ବର୍ଷୀୟ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଗୁଳି ଚଳାଇଥିବା ଜଣାପଡ଼ିଛି । ପିଲ ଆଞ୍ଚଳିକ ପୋଲିସ ୧୮ବର୍ଷିୟ ନିଶାନ ଥିଣ୍ଡ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ସୂଚନା ଅନୁଯାୟୀ, ଗତ ୨୦୨୩ ଡିସେମ୍ବର ୧୯ତାରିଖ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୫ମିନିଟ ସମୟରେ ସ୍ଥାନୀୟ ଡାକ୍ତରଖାନାରୁ ପୋଲିସକୁ ଖବର ମିଳିଥିଲା କି ଜଣେ ଯୁବକଙ୍କୁ ଆହତ ଅବସ୍ଥାରେ ଭର୍ତ୍ତି କରାଯାଇଛି । ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା ।  ପରେ ଏହି ବ୍ୟକ୍ତି ଜଣକ କାନାଡାର ବ୍ରମ୍ପଟନ୍ ସହରର ନିଶାନ୍ ଥିଣ୍ଡ ବୋଲି ଜଣା ପଡ଼ିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ ଥିଣ୍ଡଙ୍କୁ ଗୁଳି କରାଯାଇଥିଲା । କିନ୍ତୁ କେଉଁଠାରେ ଓ କେବେ ଏହି ଘଟଣା ଘଟିଲା ତାହାର ସବିଶେଷ ତଥ୍ୟ ଜଣାପଡ଼ି ନାହିଁ। କେହି ତାଙ୍କୁ ଡାକ୍ତରଖାନାରେ ଛାଡ଼ି ଦେଇଥିଲେ। ୨୦୨୪ ଜାନୁଆରୀ ୯ତାରିଖରେ ପୋଲିସ ବ୍ରମ୍ପଟନ୍ ନିବାସରେ ସର୍ଚ୍ଚ ୱାରେଣ୍ଟ ଜାରି କରିଥିଲା ଏବଂ ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ୧୮ବର୍ଷିୟ ଭାରତୀୟ ମୂଳ ପ୍ରୀତପାଉଲ୍ ସିଂଙ୍କୁ ଗିରଫ କରିଥିଲା । ସମ୍ପ୍ରତି ସେ ଜେଲରେ ଅଛନ୍ତି ଏବଂ ବ୍ରମ୍ପଟନ୍‌ର ଓନଟାରିଓ କୋର୍ଟରେ ହାଜର ହେବେ।

ଏହି ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବ୍ରମ୍ପଟନ୍‌ର ଜଣେ ୧୬ ବର୍ଷର ବାଳକ । ତାଙ୍କ ନାଁରେ ହତ୍ୟା ପାଇଁ କାନାଡାର ଏକ ୱାରେଣ୍ଟ ଅଛି । ତେବେ ଯୁବ ଅପରାଧୀ ଆଇନ (YCJA) ହେତୁ ଯୁବକଙ୍କ ପରିଚୟ ସୁରକ୍ଷିତ ରହିଛି । ପିଲ ପୋଲିସ ପକ୍ଷରୁ କୁହାଯାଇଛି କି, ଏହି ଘଟଣାରେ ତଦନ୍ତ ଜାରି ରହିଛି । ହତ୍ୟାକାଣ୍ଡ ସମ୍ବନ୍ଧିତ କୌଣସି ଭିଡ଼ିଓ କିମ୍ବା ଫଟୋ ଥିଲେ ଆମ ସହ ଯୋଗାଯୋଗ କରିପାରିବେ । ଥିଣ୍ଡଙ୍କୁ କାହିଁକି ହତ୍ୟା କରାଯାଇଥିଲା ତାହା ସ୍ପଷ୍ଟ ହୋଇନଥିବାବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.