ନୂଆଦିଲ୍ଲୀ – ଭାରତୀୟ ଟିମ୍ରେ ଦ୍ରୁତ ବୋଲର ଜସପ୍ରୀତ ବୁମରାହଙ୍କ ହୋଇଛି ଏଣ୍ଟ୍ରି। ସେ ପାକିସ୍ତାନ ବିରୋଧରେ ହେବାକୁ ଥିବା ମୁକାବିଲା ପୂର୍ବରୁ ଟିମରେ ସାମିଲ ହୋଇଛନ୍ତି। ଜସପ୍ରୀତ ବୁମରାହ ଶନିବାର ( ୨ସେପ୍ଟେମ୍ୱର)ରେ ପାକିସ୍ତାନ ବିରୋଧରେ ବର୍ଷା କାରଣରୁ ମ୍ୟାଚ୍ ରଦ୍ଦ ହେବା ପରେ ପୁଣି ମୁମ୍ୱାଇ ଫେରି ଆସିଥିଲେ। ସେଠାରେ ତାଙ୍କର ପତ୍ନୀ ସଞ୍ଜନା ଗଣେଶନ ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁମରାହ ତାଙ୍କ ପିଲାର ଜନ୍ମ ବେଳେ ପତ୍ନୀଙ୍କ ସହ ରହିବାକୁ ଚାହୁଁଥିଲେ ଏବଂ ଏହି କାରଣରୁ ସେ ନେପାଳ ବିରୋଧରେ ମ୍ୟାଚ ନଖେଳି ଭାରତ ଫେରିବାକୁ ସ୍ଥିର କରିଥିଲେ।
ଭାରତ ଓ ପାକିସ୍ତାନ ମଧ୍ୟମରେ ରବିବାର (୧୦ ସେପ୍ଟେମ୍ୱର)ରେ ଏସିଆ କପ୍ ସୁପର ୪ ପର୍ଯ୍ୟାୟର ମୁକାବିଲା ଖେଳା ଯିବ , ଯାହାକି ଦୁଇ ଟିମ୍ ପାଇଁ ଖୁବ୍ ମହତ୍ତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଏହି ମ୍ୟାଚ୍ ପୂର୍ବରୁ ବୁମରାହ ଟିମ୍ରେ ସାମିଲ ହେବା ଭାରତ ପାଇଁ ଆଶ୍ୱସ୍ତିର ଖବର। କାହିଁକି ନା ନେପାଳ ବିରୋଧ ମୁକାବିଲାରେ ଭାରତର ଦ୍ରୁତ ବୋଲରଙ୍କୁ ପ୍ରାରମ୍ଭିକ ଓଭରରେ ୱିକେଟ ନେବାରେ ଖୁବ୍ ମୁସ୍କିଲ ହୋଇ ଥିଲା।
ଉଲ୍ଲେଖନୀୟ ଯେ, ଜସପ୍ରୀତ ବୁମରାହ ଏସିଆ କପ୍ ୨୦୨୩ର ୩ୟ ମୁକାବିଲାରେ ପାକିସ୍ତାନ ବିରୋଧରେ ଭଲ ବ୍ୟାଟିଂ କରି ଥିଲେ। ସେ ୧୪ଟି ବଲରେ ୧୬ ରନ୍ କରି ପାରିଥିଲେ।