ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଲେଡି ଡନ୍‌ର କାରନାମା: ପ୍ରେମ ଜାଲରେ ଫସାଇ ଲୁଟୁଥିଲା ଟଙ୍କା ଅଳଙ୍କାର, ଥାନାରେ ଅଭିଯୋଗ କଲେ ଯୁବକ

କେନ୍ଦ୍ରାପଡ଼ା,୦୪/୧୨: ଟଙ୍କା ଚନ୍ଦେଇବା ପାଇଁ ପ୍ରେମ ଜାଲରେ ଫସାଇଲେ । ଆଉ ପ୍ରେମ ଫାଶରେ ପଡ଼ିବା ପରେ ଯୁବକଙ୍କଠାରୁ ବିଭିନ୍ନ ସମୟରେ ଉପହାର ବାବଦକୁ ସୁନା ଅଳଙ୍କାର ଓ  ଲକ୍ଷାଧିକ ଟଙ୍କା ଠକି ନେଲେ । ଏପରିକି ତାଙ୍କ ଘର ଲୋକ ଭାବି ଜ୍ୱାଇଁ ହିସାବରେ ଚର୍ଚ୍ଚା କରୁଥିଲେ । ହେଲେ ସ୍ୱାର୍ଥ ପୂରଣ ହୋଇଯିବା ପରେ ଆଉ କାମ ନଥିବାରୁ ପାଖରୁ ଦୂରେଇ ଦେଲେ । 

ଏପରିକି ଦୁହିଁଙ୍କ ମଧ୍ୟରେ ଥିବା ଅନ୍ତରଙ୍ଗ ସମ୍ପର୍କର ଫଟୋ ଅବା ଅନ୍ୟ କୌଣସି ପ୍ରମାଣ କାହା ଆଗରେ ପ୍ରକାଶ କଲେ ଥାନାରେ ଦୁଷ୍କର୍ମ ମାମଲା ଦେବେ ବୋଲି ଧମକ ଦେବାକୁ ପଛାଇନଥିଲେ । ହେଲେ ସାହାସ ଜୁଟାଇ ଚାଲବାଜ୍‌ ଯୁବତୀଙ୍କ କଥାରେ ଡରିନଯାଇ ଠକାମିର ଶିକାର ଯୁବକ ଥାନାରେ ଏତଲା  ଦାଏର କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି  ଥାନାରେ ଏନେଇ ଲିଖିତ ଭାବେ ଅଭିଯୋଗ  ହୋଇଛି । ଅଭିଯୋଗକାରୀ ଯୁବକ ପୁରୀ ଜିଲ୍ଲା ପୁରୀ ଥାନା ଅଧୀନ ଗୋପୀନାଥପୁର ଗ୍ରାମର  ଦାଶରଥୀ ପାତ୍ରଙ୍କ ପୁଅ ଦୀପ୍ତିରଞ୍ଜନ ପାତ୍ର(୨୯) ଦର୍ଶାଇଛନ୍ତି କି, ୨୦୨୨ ମସିହା ଜୁଲାଇ ମାସ ୨୦ ତାରିଖରେ ଆଳି ଥାନା ଅଧୀନ ନୂଆଗାଁ  ଅଞ୍ଚଳର ସିନୁ ମହାନ୍ତି (ଛଦ୍ମନାମ) ନାମ୍ନୀ ଜଣେ  ଯୁବତୀଙ୍କ ସହ ଦେଖା ହୋଇଥିଲା । ପ୍ରଥମେ  ସିନୁଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା ଓ  ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି  ଉଠିଥିଲା । ପରସ୍ପରକୁ କଥା ଦେଇଥିଲେ  ସେମାନେ ଦୁହେଁ ମିଶି ବିବାହ କରିବେ । ତେଣୁ  ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ  ହୋଇଥିଲା । ସାଙ୍ଗହୋଇ ଭୁବନେଶ୍ୱରର  ଗାଡ଼କଣ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ  ପ୍ରାୟ ସମୟ ଏକାଠି ସେମାନେ ରହୁଥିଲେ ।  ବିଭିନ୍ନ ବାହାନା କରି ସିନୁ ତାଙ୍କଠାରୁ ପ୍ରାୟ  ୭ଲକ୍ଷ ଟଙ୍କା ନଗଦ ଓ ୩ଲକ୍ଷ ଟଙ୍କା ଆକାଉଣ୍ଟ୍‌  ପେମେଣ୍ଟ ମାଧ୍ୟମରେ ନେଇଥିଲେ । ସେ ତାଙ୍କୁ  ଏଭଳି ପ୍ରେମ ଜାଲରେ ଫସାଇ ରଖିଥିଲେ କି  ସେ ଯାହା ବି କହୁଥିଲେ ତାଙ୍କ କଥାକୁ ଅନ୍ଧ  ଭଳି ସେ ବିଶ୍ୱାସ କରିଚାଲିଥିଲେ । ପରେ ସିନୁ  ତାଙ୍କ ପରିବାର ସଦସ୍ୟଙ୍କ ସହ ତାଙ୍କର ଚିହ୍ନା  ପରିଚିତ କରାଇ ଦେଇଥିଲେ ।  ସିନୁଙ୍କ ଘରଲୋକ ତାଙ୍କୁ ଜ୍ୱାଇଁପୁଅ  ବୋଲି ଡାକୁଥିଲେ। ତାଙ୍କଠାରୁ  ସୁନାଅଳଙ୍କାର ଓ ଟଙ୍କା ନେଇ  ସେ ତାଙ୍କର ସମସ୍ତ ଆବଶ୍ୟକତା  ଓ ଖର୍ଚ୍ଚ ପୂରଣ କରୁଥିଲେ ।  

ଏବାବଦରେ ତାଙ୍କ କରପରିବାର ଲୋକ ମଧ୍ୟ  ଭଲ ଭାବରେ ଜାଣିଥିଲେ । ହଠାତ୍‌ ଦିନେ ସେ  ଜାଣିବାକୁ ପାଇଥିଲେ କି, ସିନୁ ଭୁବନେଶ୍ୱରର  ଚନ୍ଦ୍ରଶେଖରପୁରଠାରେ ଥିବା ଏକ ମଦବାରକୁ  ଅନ୍ୟ ଲୋକମାନଙ୍କ ସହ ଯାଇଛନ୍ତି । ସେ ଏ  ବିଷୟରେ ତାଙ୍କୁ ପଚାରିବାରୁ ସିନୁ ରାଗିଯାଇଥିଲେ  ଓ ସେବେଠାରୁ ତାଙ୍କ ସହ ସେ ସମ୍ପର୍କ ବନ୍ଦ  କରିଦେଇଛନ୍ତି । ତାଙ୍କ ଆଉ ଧରାଛୁଆଁ ଦେଲେ  ନାହିଁ ଓ ଦୂରେଇ ଦୂରେଇ ରହିଲେ । କଥା  କଥାକେ ତାଙ୍କୁ ଗାଳିଗୁଲଜ କଲେ ଓ ମାଡ଼ ମଧ୍ୟ  ମାରିଥିଲେ ସିନୁ । ମିଛ ବଳାତ୍କାର ମାମଲାରେ ତାଙ୍କୁ  ଜେଲ୍‌ରେ ପୂରାଇ ଦେବେ ବୋଲି ଧମକଚମକ  ଦେଇଥିଲେ । ସେ ତାଙ୍କ ଟଙ୍କା ଫେରସ୍ତ ମାଗିବାରୁ  ଆକାଉଣ୍ଟ ପେମେଣ୍ଟ ମାଧ୍ୟମରେ ନେଇଥିବା  ୩ଲକ୍ଷରୁ ୨ଲକ୍ଷ ୬୦ ହଜାର ଟଙ୍କା ଫେରାଇଥିଲେ ।  

ବାକି ଟଙ୍କା ଓ ସୁନା ଅଳଙ୍କାର ବିଷୟରେ  ସେ ଜାଣନ୍ତି ନାହିଁ ବୋଲି କହିଥିଲେ । ତାଙ୍କ  କହିବା ମୁତାବକ ମେ ୧୩ ତାରିଖ ଦିନ ଘରେ  ପହଞ୍ଚିବା ପରେ ତାଙ୍କ ବାପାଭାଇ ସହ ମିଶି  ସିନୁ ତାଙ୍କୁ ଗାଳିଗୁଲଜ କରିବା ସହ ମିଳିମିଶି  ମାଡ଼ ମାରିଥିଲେ । ସିନୁ ଓ ତାଙ୍କ ମଧ୍ୟରେ ଥିବା  ସମ୍ପର୍କ ବାବଦରେ କାହା ଆଗରେ ପ୍ରକାଶ କଲେ  ଅବା ସେମାନେ ଉଠାଇଥିବା ଫଟୋ କାହାରିକୁ ଦେଖାଇଲେ ଜୀବନରୁ ମାରିଦେବାକୁ ଧମକ  ଦେଇଥିଲେ । ସେ ପରେ ଜାଣିବାକୁ ପାଇଥିଲେ  ଯେ କେବଳ ସେ ନୁହନ୍ତି, ତାଙ୍କ ପରି ଅନେକ  ଯୁବକଙ୍କୁ ପ୍ରେମ ଜାଲରେ ଫସାଇ ଟଙ୍କା ହଡ଼ପ  କରନ୍ତି ଓ ପରେ ବଳାତ୍କାର ମାମଲାର ଭୟ  ଦେଖାଇ ଧମକ ଦିଅନ୍ତି । ଆଳି ଥାନାରେ ପ୍ରଥମେ  ଏ ସମ୍ପର୍କରେ ସେ ଅଭିଯୋଗ କରିଥିଲେ ମଧ୍ୟ  ପୁଲିସ ଏହାକୁ ଗ୍ରହଣ କରିନଥିଲା । ପରେ  ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ  ହସ୍ତକ୍ଷେପ ଯୋଗୁ ଥାନାରେ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.