ପ୍ରମୁଖ ଖବର
  • ରାଉରକେଲା : ନାଳରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗ୍ରାହକ ସାଜି ମାଡିବସିଲା ଏସଟିଏଫ୍, ୨ ବଜ୍ରକାପ୍ତା ବେପାରୀ ଗିରଫ
  • ||
  • ନୂଆଦିଲ୍ଲୀ: ମାର୍ଚ୍ଚ ଯାଏ ପିଆଜ ରପ୍ତାନି ବ୍ୟାନ୍, ଉପଲବ୍ଧତା ବଢ଼ାଇ ଦର କମାଇବା ଯୋଜନା
  • ||
  • ମୁମ୍ବାଇ: ଆଜି ଦ୍ୱିତୀୟ ମହିଳା ଟି-ଟ୍ୱେଣ୍ଟି: ସିରିଜ ବିଜୟ ପାଇଁ ଇଂଲଣ୍ଡ ଟିମ୍‌ର ଯୋଜନା, ଭାରତ ପାଇଁ ‘କର ବା ମର’ ସ୍ଥିତି
  • ||
  • ନବରଙ୍ଗପୁର: ଭାଲୁ ସହ ଲଢେ଼ଇ କରି ଜୀବନ ହାରିଲେ ଠିକାଦାର
  • ||
  • ନୂଆଦିଲ୍ଲୀ: ଆଜି ଡବ୍ଲ୍ୟୁପିଏଲ୍‌-୨ ଖେଳାଳି ନିଲାମ: ତାଲିକାରେ ୧୬୫ ଖେଳାଳି, କିଣା ହେବେ ୩୦
  • ||
  • ଲମତାପୁଟରେ ହାଡ଼ଭଙ୍ଗା ଶୀତ, ୯ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଭୁବନେଶ୍ୱର: ଖାଉଟିଙ୍କ ସ୍ୱାଦ ବିଗାଡୁଛି ରସୁଣ ଦର: ୨୫୦ ଟପିଲା ଦାମ୍, ହୋଲ୍‌ସେଲ୍‌ ମୂଲ୍ୟ ୨୧୦ଟଙ୍କା
  • ||
  • ଆଜିଠୁ ‘ସୋଆ’ରେ ଆଇଏନ୍‌ଏଇ ବାର୍ଷିକ ସମ୍ମିଳନୀ, ଯୋଗଦେବେ ଇସ୍ରୋ ଅଧ୍ୟକ୍ଷ ସୋମନାଥଙ୍କ ସମେତ ଦେଶବିଦେଶର ବହୁ ବୈଜ୍ଞାନିକ
  • ||

ମା ଏବଂ ତିନିବର୍ଷ ପୁଅର ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ଓ ଶାଶୁକୁ ଆଜୀବନ କାରାଦଣ୍ଡ

ଖୋର୍ଦ୍ଧା ୧୮/୧୧ : ୨୦୧୫ ମସିହା ଜୁଲାଇ ୨୫ ତାରିଖରେ ମା ଓ ୩ ବର୍ଷର କୁନି ପୁଅ ହତ୍ୟା ଘଟଣାରେ ରାୟ ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲା ଦୌରା ଜଜ୍ ଅଜୟ କୁମାର ପ୍ରଧାନ । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତ ଥିବା ବେଳେ କୋର୍ଟ ମୃତ ମାମି ପ୍ରଧାନଙ୍କ ସ୍ୱାମୀ ତପନ ପ୍ରଧାନ ଓ ଶାଶୁ ପ୍ରମିଳା ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେବା ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି । 

ସୂଚନା ଅନୁଯାୟୀ ଜଟଣୀ ଥାନା ଅନ୍ତର୍ଗତ ବଡତୋଟା ପଞ୍ଚାୟତ ବେଲପଡା ଗ୍ରାମର ନରେନ୍ଦ୍ର ଜେନାଙ୍କ ଝିଅ ମାମି ପ୍ରଧାନ ନିରାକାରପୁର ଥାନା ଅନ୍ତର୍ଗତ ମୋରାମୋରି ଗ୍ରାମର ଦିବାକର ପ୍ରଧାନଙ୍କ ପୁଅ ତପନ ପ୍ରଧାନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ । ବିବାହ ସମୟରେ କନ୍ୟାଘର ପକ୍ଷରୁ ୪୦ ହଜାର ଟଙ୍କା, ସୁନା ଏବଂ ଅନ୍ୟାନ୍ୟ ଅସବାପତ୍ର ପ୍ରଦାନ କରାଯାଇଥିଲା । ପ୍ରାୟ ତିନିବର୍ଷ ଧରି ମାମିର ଦାମ୍ପତ୍ୟ ଜୀବନ ହସ ଖୁସିରେ କଟିଥିବା ବେଳେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା । ମାତ୍ର ୨୦୧୫ ମସିହା ଜୁଲାଇ ମାସ ୨୫ ତାରିଖରେ ମୋରାମୋରି ଗ୍ରାମର ଆମ୍ବ ତୋଟାରେ ମାମି ଏବଂ ତାର ୩ ବର୍ଷର ପୁଅର ଝୁଲନ୍ତା ମୃତଦେହ ନିରାକାରପୁର ପୋଲିସ ଜବତ କରିଥିଲା । ଘଟଣା ପରେ ମୃତ ମାମିର ବାପା ନରେନ୍ଦ୍ର ନିରାକାରପୁର ଥାନାରେ ଝିଅ ଏବଂ ନାତୀଙ୍କୁ ଜ୍ୱାଇଁ ତପନ, ଦିଅର ତରୁଣ ଏବଂ ଶାଶୁ ପ୍ରମିଳା ପ୍ରଧାନ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ 87/2015ରେ ହତ୍ୟା ମାମଲା ରୁଜୁକରି ତଦନ୍ତ କରିଥିଲା । ଏହି ଘଟଣାରେ ଶାଶୁ ଏବଂ ସ୍ୱାମୀ ଗିରଫ ହୋଇଥିବା ବେଳେ ଦିଅର ତରୁଣକୁ ପୋଲିସ ଏପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି । ଆଜି ଏହି ଘଟଣାରେ ରାୟ ପ୍ରକାଶ ପାଇଛି । ମାମଲାକୁ ସରକାରଙ୍କ ପକ୍ଷରୁ ପିପି ରଜନୀକାନ୍ତ ପଟନାୟକ ପରିଚାଳନା କରୁଥିଲେ । 

Copyright © 2022 - Summa Real Media Private Limited. All Rights Reserved.