ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହ୍ୟାଲୋ... ଗୋଟିଏ ରୋଷେୟା ଦରକାର.. ରବିବାର ୫୦୦ରୁ ଅଧିକ ବାହାଘର, ରୋଷେୟା ଖୋଜି ଲୋକେ ନୟାନ୍ତ

ଭୁବନେଶ୍ୱର,୦୩/୦୧: ହ୍ୟାଲୋ... ଗୋଟିଏ ରୋଷେୟା ଦରକାର ଥିଲା । ଆପଣଙ୍କ ପିଲା କେହି ଅଛନ୍ତି କି? ଆମର ଘରେ ନିର୍ବନ୍ଧ  ଅଛି...ସବୁ ଠିକ୍‌ ହୋଇଛି । କିନ୍ତୁ କେବଳ ରୋଷେୟା ଅସୁବିଧା ଅଛି । ସମସ୍ତେ ମନା କରୁଛନ୍ତି । ୪ ତାରିଖ ଅର୍ଥାତ୍‌ ରବିବାର ଦିନ  ପ୍ରବଳ ବାହାଘର ଅଛି । ବିବାହ ଋତୁ ଆସିଛି ।  ଭୁବନେଶ୍ୱରରେ ଜୋର୍‌ଦାର ବାହାଘର ବି  ହେଉଛି । କିଏ ମଣ୍ଡପ ବୁକିଂ କରିଛନ୍ତି ତ ଆଉ  କିଏ ମନ୍ଦିରରେ ବାହାଘର କରିବା ଲାଗି ସବୁ  ପ୍ରକାରର ପ୍ରସ୍ତୁତି ସାରିଲେଣି । ବହୁ ଲୋକ ନିଜ  ଘରେ ବାହାଘର ପ୍ରସ୍ତୁତି କରୁଥିବା ଜଣାପଡ଼ୁଛି ।  

ନିର୍ବନ୍ଧ ବି ଏହି ଦିନମାନଙ୍କରେ ଜୋର୍‌ଦାର୍‌  ହେବ । ଏତେ ସଂଖ୍ୟାରେ ବାହାଘର ଓ ନିର୍ବନ୍ଧ  ହେଉଛି ଯେ ଅନ୍ୟ କଛି ଭୋଜି କାର୍ଯ୍ୟକ୍ରମ  ଓ ନିର୍ବନ୍ଧ ଲାଗି ରୋଷେୟା ମିଳୁନାହାନ୍ତି ।  ଭୁବନେଶ୍ୱରରେ ପାଖାପାଖି ୩୫୦ରୁ ଅଧିକ  ସ୍ଥାନରେ ବାହାଘର ହେଉଥିବା କିମଶନରେଟ୍‌ ପୁଲିସର ଲାଇସେନ୍ସ ସେଲ୍‌ ପକ୍ଷରୁ ସୂଚନା  ମିଳିଛି । ଘରେ ହେଉଥିବା ବାହାଘର ସଂଖ୍ୟା ବି  ଅଲଗା । ଏମିତି ହିସାବ କଲେ ୫୦୦ରୁ ଅଧିକ  ବାହାଘର କେବଳ ଭୁବନେଶ୍ୱରରେ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.