ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଗୌତମ ସିଂଘାଣିଆଙ୍କଠୁ ଅଲଗା ହେବା ପାଇଁ ସର୍ତ୍ତ, ସମ୍ପତ୍ତିର ୭୫% ମାଗିଲେ ନୱାଜ ମୋଦି

ନୂଆଦିଲ୍ଲୀ,୨୧/୧୧: ରେମଣ୍ଡ୍‌ର  ଅଧ୍ୟକ୍ଷ ଗୌତମ ସିଂଘାଣିଆଙ୍କଠାରୁ ଅଲଗା  ହେବା ପାଇଁ ପତ୍ନୀ ନୱାଜ ମୋଦି ସର୍ତ୍ତ  ରଖିଛନ୍ତି । ସେ ୧୪୦ କୋଟି ଡଲାର ବା  ପ୍ରାୟ ୧୧ ହଜାର କୋଟି ଟଙ୍କା ଦାବି କରିଥିବା  ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରୁ  ଜଣାପଡ଼ିଛି । ଗୌତମଙ୍କ ମୋଟ ସମ୍ପତ୍ତିର  ଏହା ୭୫% । 

ସିଂଘାଣିଆ ପତ୍ନୀଙ୍କଠାରୁ ଅଲଗା ହେବା  ପାଇଁ ତାଙ୍କ ସର୍ତ୍ତ ଉପରେ ଅନେକ ମାତ୍ରାରେ  ସହମତି ପ୍ରକାଶ କରିଛନ୍ତି କିନ୍ତୁ ସେ ଏକ ପାରିବାରିକ ଟ୍ରଷ୍ଟ ବନାଇବା ପାଇଁ ପରାମର୍ଶ  ଦେଇଛନ୍ତି । ସିଂଘାଣିଆ ଉକ୍ତ ଟ୍ରଷ୍ଟରେ  ପରିବାରର ସମ୍ପତ୍ତିକୁ ଟ୍ରାନ୍ସଫର କରିବା ପାଇଁ କହିଛନ୍ତି, ଯେଉଁଥିରେ ଜଣେ ମାତ୍ର ମ୍ୟାନେଜିଂ  ଟ୍ରଷ୍ଟି ରହିବେ ।  

ଗୌତମ ସିଂଘାଣିଆଙ୍କ ମୃତ୍ୟୁ ପରେ ତାଙ୍କ  ସମ୍ପତ୍ତିର କାଗଜପତ୍ର ପରିବାର ସଦସ୍ୟମାନଙ୍କୁ  ମିଳିଯିବ । କିନ୍ତୁ ନୱାଜ ମୋଦି ଫ୍ୟାମିଲି ଟ୍ରଷ୍ଟ ବନାଇବାର ପରାମର୍ଶରେ ସହମତ ନାହାନ୍ତି ।  

ଗଣମାଧ୍ୟମ ପକ୍ଷରୁ ନୱାଜଙ୍କୁ ଏ ନେଇ  ଏକ ଇ-ମେଲ ପଠାଯାଇଥିଲା, ଯାହାର  ଉତ୍ତରରେ ସେ କହିଛନ୍ତି ଯେ, ଏବେ ଏହାକୁ ନେଇ ଆଲୋଚନା ଚାଲିଛି । ବର୍ତ୍ତମାନ ଏହା  ପ୍ରାରମ୍ଭିକ ସ୍ତରରେ ଅଛି । ଏଯାବତ୍‌ କୌଣସି  ନିଷ୍ପତ୍ତି ନିଆଯାଇନାହିଁ ।    

ସୂଚନାଯୋଗ୍ୟ, ୬ ଦିନ ତଳେ ଗୌତମ  ସିଂଘାଣିଆ ପତ୍ନୀ ନୱାଜ ସିଂଘାଣିଆଙ୍କଠାରୁ  ଅଲଗା ହେଉଥିବା ସୂଚନା ଦେଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.