ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ

କଟକ, ୦୭/୦୨: ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ମାମଲା ଗୁଡ଼ିକରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟ । ତେବେ ରାଜ୍ୟ ସରକାର ଚାହିଁଲେ ସରପଞ୍ଚ ଏବଂ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଏଥିରେ ସାମିଲ୍ କରି ପାରିବେ ବୋଲି କହିଛନ୍ତି ହାଇକୋର୍ଟ ।

ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ରାଜ୍ୟ ସରକାର । ୨୦୨୨ ମସିହା ଜୁଲାଇ ମାସରୁ ଏହି ଯୋଜନା ଲାଗୁ ହୋଇଛି । ବିଡିଓଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରାବଧାନ ରହିଛି ।

ଯୋଜନା ମୁତାବକ ଗ୍ରାମୀଣ ଓଡ଼ିଶାର ସାଂସ୍କୃତିକ ଭିତ୍ତିଭୂମିର ବିକାଶ, ଗାଁ ଗୁଡିକର ପାରିପାର୍ଶ୍ଵିକ ବିକାଶ କରିବା ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି । କିନ୍ତୁ ଏହି ଯୋଜନାରେ ସରପଞ୍ଚ ଓ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କୁ ଉପେକ୍ଷା କରାଯାଇଛି ବୋଲି ଅଭିଯୋଗ କରି ଏକାଧିକ ଲୋକ ପ୍ରତିନିଧି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳର ଲୋକ ପ୍ରତିନିଧି ମାନଙ୍କ ତରଫରୁ ହାଇକୋର୍ଟରେ ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ପିଟିସନ୍ ଦାଏର ହୋଇଥିଲା । ଯୋଜନାର କାର୍ଯ୍ୟକାରୀତା ବେଳେ ଲୋକ ପ୍ରତିନିଧି ମାନଙ୍କୁ ସାମିଲ୍ କରିବା, ପ୍ରକଳ୍ପ ଚୟନ ଲାଗି ସେମାନଙ୍କର ସମ୍ପୃକ୍ତି ରହୁ ବୋଲି ଆବେଦନ ଜରିଆରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଆବେଦନକାରୀ । ସମସ୍ତ ଆବେଦନର ଏକତ୍ର ଶୁଣାଣି କରିଥିଲେ ହାଇକୋର୍ଟ । ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.