ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାର୍ଚ୍ଚ ୬ରେ ପଶ୍ଚିମବଙ୍ଗ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହିଳା ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ

କୋଲକାତା,୨୫/୦୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାର୍ଚ୍ଚ ୬ ତାରିଖରେ ପଶ୍ଚିମବଙ୍ଗ ଆସୁଛନ୍ତି । ସନ୍ଦେଶଖାଲିରେ ଉତ୍ତେଜନା ନେଇ ଉତ୍ତର ୨୪ ପ୍ରଗଣାର ବାରାସାତରେ ପ୍ରଧାନମନ୍ତ୍ରୀଙ୍କ ଏକ ସଭା କରିବାର କାର୍ଯ୍ୟକ୍ରମ ରହିଛି । ସେହି ମହିଳା ନ୍ୟାୟ ସମାବେଶର ପ୍ରସ୍ତୁତି ଦେଖିବାକୁ କୋଲକାତାକୁ ଆସିଛନ୍ତି ବିଜେପି ମହିଳା ମୋର୍ଚ୍ଚା  ସର୍ବଭାରତୀୟ ସଭାନେତ୍ରୀ ବନାଥୀ ଶ୍ରୀନିବାସନ୍‌ । ବିଜେପି ସୂତ୍ର ଅନୁଯାୟୀ ୬ ମାର୍ଚ୍ଚରେ ବାରାସାତରେ ମୋଦି ମହିଳା ସମ୍ମିଳନୀ ପାଇଁ ପ୍ରସ୍ତୁତିର ତଦାରଖ  କରିବା ତାଙ୍କର ଏହି ଗସ୍ତ । ସେ ରାଜ୍ୟ ବିଜେପି ନେତୃତ୍ୱ ସହ ଏକ ବୈଠକ କରିବେ ।  

ଏହାପୂର୍ବରୁ ବିଜେପି ରାଜ୍ୟ ସଭାପତି ସୁକାନ୍ତ  ମଜୁମଦାର କହିଥିଲେ ଯେ, ସନ୍ଦେଶଖାଲିରେ  ପ୍ରଧାନମନ୍ତ୍ରୀ ମୋଦିଙ୍କ ସଭା ଆୟୋଜିତ ହେବ ।  କିନ୍ତୁ ରାଜ୍ୟ ସରକାର ସଭାର ଅନୁମତି ନେଇ କରିବାକୁ ଭାବି ସେହି ଜିଲ୍ଲାର ବାରାସାତରେ ସଭା କରିବେ ମୋଦି । ବାସ୍ତବରେ, ସନ୍ଦେଶଖାଲିରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ଅଭିଯୋଗ ଜାତୀୟ ରାଜନୀତିରେ ଉତ୍ତେଜନା ସୃଷ୍ଟି କରିଛି । ଏପରିକି ଶାସକ ଦଳର ନେତା ତଥା ଘନିଷ୍ଠ ବ୍ୟକ୍ତିଙ୍କ ବିରୋଧରେ ଆସିଥିବା  ଅଭିଯୋଗକୁ ଦେଖିବା ପାଇଁ ଜାତୀୟ ମହିଳା  କମିଶନ ସନ୍ଦେଶଖାଲୀ ବୁଲି ଦେଖିଛନ୍ତି । ଏହି ପରିପ୍ରେକ୍ଷୀରେ ବରାସାତରେ ବିଜେପି ମହିଳା  ସମ୍ମିଳନୀର ପଦକ୍ଷେପ ମହତ୍ୱପୂର୍ଣ୍ଣ ।  

ସନ୍ଦେଶଖାଲି ଘଟଣାର ପ୍ରତିବାଦରେ  ଶନିବାର ଅପରାହ୍ନ ସାଢେ ୫ଟାରେ କୋଲକାତା  କଲେଜ ଷ୍ଟ୍ରୀଟ୍‌ରୁ ଠନଠନିଆ କାଳିବାଡି ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ  ହୋଇଛି । ସେ ସେଠାରେ ଉପସ୍ଥିତ ଥିଲେ ।  ଏହା ବ୍ୟତୀତ ବିଧାନନଗରର ସଲ୍ଟଲେକ୍‌ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ  ହୋଇଛି । ଫାଲଗୁନି ପାତ୍ର, ଅଗ୍ନିମିତ୍ରା ପାଲ ଏବଂ  ବିଜେପି ମହିଳା ମୋର୍ଚ୍ଚାର ଅନ୍ୟ ନେତାମାନେ ସେଠାରେ ଥିଲେ । ସେମାନେ ମଧ୍ୟ ଅପରାହ୍ନରେ ଦକ୍ଷିଣେଶ୍ୱର ଯାଇ ପୂଜା କରିଥିଲେ । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବାରାସାତରେ ମହିଳା ନ୍ୟାୟ ସମାବେଶକୁ ସମ୍ବୋଧିତ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.