ଲଣ୍ଡନ, ୦୭/୦୯: ଲଣ୍ଡନ ଜେଲ୍ରୁ ଆତଙ୍କବାଦୀ ଫେରାର ହେବା ନେଇ ସୂଚନା ମିଳିଛି । ଏହି ଜେଲରେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀ ମଧ୍ୟ ରହିଛି । ତେବେ ଜେଲରୁ ଆତଙ୍କବାଦୀ ଫେରାର ହୋଇଯିବା ପରେ ଲଣ୍ଡନ ପୋଲିସ ବିଭନ୍ନ ସ୍ଥାନରେ ନାକାବନ୍ଦୀ କରିଛି । ବିଭିନ୍ନ ବସ ଷ୍ଟପ୍ ଏବଂ ବିମାନବନ୍ଦରରେ ଆଲର୍ଟ ଜାରି ହୋଇଛି । ସରକାରୀ ଗୋପନୀୟତା ନିୟମ ଉଲ୍ଲଂଘନ ମାମଲାରେ ଓ୍ବାଣ୍ଡସ୍ଓ୍ବର୍ଥ ଜେଲରେ ବନ୍ଦୀ ଥିଲା କଏଦୀ । ବିଚାରଧୀନ କଏଦୀ ଡାନିଏଲ୍ ଖଲିଫ ଡେଲିଭରି ଭ୍ୟାନ୍ରେ ଲୁଚି ଜେଲ ବାହାରକୁ ପଳାଇଯାଇଛି ।
ଦିଲ୍ଲୀ ମେଟ୍ରୋରେ ମହାଡ୍ରାମା, ଦୁଇ ମହିଳା ଯାତ୍ରୀଙ୍କ ମଧ୍ୟରେ ହିଂସ୍ରକ ଲଢ଼େଇର ଭିଡିଓ ଭାଇରାଲ୍
ଅଭିଯୁକ୍ତ ଜଣକ ବ୍ରିଟିଶ ସେନାରେ କାର୍ଯ୍ୟ ମଧ୍ୟ କରିଥିଲା । ମେଟ୍ରୋପଲିଟାନ୍ ପୋଲିସ ଅଭିଯୁକ୍ତକୁ ଧରିବାରେ ସହୟତା କରିବା ଲାଗି ଲୋକମାନଙ୍କୁ ଅପିଲ୍ କରିଛି । ଆତଙ୍କବାଦୀ ନିରୋଧୀ ସେଲର ମୁଖ୍ୟ କହିଛନ୍ତି ଯେ, ଅଭିଯୁକ୍ତକୁ ଧରିବା ଲାଗି ଏକ ଟିମ୍ ଗଠନ ହୋଇଛି । ତାକୁ ବାନ୍ଧିବା ଲାଗି ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ସେ କହିଛନ୍ତି ।
ଚିକିତ୍ସା କରିବାକୁ ଯାଇ ହଟହଟା ହେଲେ ଡାକ୍ତର, ସ୍କ୍ରୁଡ୍ରାଇଭରରେ ଆକ୍ରମଣ କରି ଲହୁଲୁହାଣ କଲା ରୋଗୀ
ଏହାସହ ସେ ଆହୁରି କହିଛନ୍ତି ଯେ, ଅଭିଯୁକ୍ତକୁ ଧରିବା ଲାଗି ଲୋକମାନଙ୍କ ସହାୟତା ବହୁତ ଜରୁରୀ । ଯଦି କେହି ଖଲିଫ୍କୁ ଦେଖନ୍ତି କିମ୍ବା ତା ସଂପର୍କରେ କିଛି ସୂଚନା ପାଆନ୍ତି ତେବେ ପୋଲିସକୁ ତୁରନ୍ତ ସୂଚନା ଦେବାକୁ ସେ ଲୋକମାନଙ୍କୁ ଅପିଲ କରିଛନ୍ତି । ତେବେ ଖସି ପଳାଇଥିବା କଏଦୀ ଏବେ ବି ଲଣ୍ଡନରେ ରହିଛି । ସେ ଦକ୍ଷିଣ-ପଶ୍ଚିମ ଲଣ୍ଡନରେ ଥିବା କିଙ୍ଗଷ୍ଟନରେ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
You can also read: ବୈଜ୍ଞାନିକଙ୍କ ଅଜବ ଦାବି: ମଙ୍ଗଳ ଗ୍ରହରେ ଥିଲେ ଏଲିଅନ୍, ଭୁଲରେ ମାରିଦେଇଛି ନାସା