ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ଦିଲ୍ଲୀ ଦୂର ନୁହେଁ ; କୃଷକ ଆନ୍ଦୋଳନ ମଧ୍ୟରେ ଟିକାୟତ ଦେଲେ ଚେତାବନୀ

ନୂଆଦିଲ୍ଲୀ : ପଞ୍ଜାବ-ହରିଆଣାର କୃଷକଙ୍କ ‘ଦିଲ୍ଲୀ କୁଚ୍‌’ରେ ଏବେ ଭାରତୀୟ କୃଷକ ୟୁନିୟନର ନେତା ରାକେଶ ଟିକାୟତ ନିଜର ନିରବତା ଭାଙ୍ଗିଛନ୍ତି। ରାକେଶ ଟିକାୟତ ନୂଆ କୃଷକ ଆନ୍ଦୋଳନର ସମର୍ଥନ କରି ଏହାକୁ ଉଚିତ୍‌ ଭାବେ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି କି, ଯଦି ଏହି କୃଷକଙ୍କୁ ସମସ୍ୟାରେ ପକାଅ ତ ତାଙ୍କ ପାଇଁ ଦିଲ୍ଲୀ ମଧ୍ୟ ଦୂର ନୁହେଁ। 

ଶମ୍ଭୁ ବର୍ଡରରେ କୃଷକଙ୍କ ଉପରେ ଡ୍ରୋନ୍‌ ଦ୍ବାରା ପୋଲିସର ଲୁହବୁହା ଗ୍ୟାସ୍ ମାଡ଼, ଦିଲ୍ଲୀର ସବୁ ସୀମା ସିଲ୍

କୃଷକ ନେତା ରାକେଶ ଟିକାୟତ ଆଜି ବେଙ୍ଗୁଲୁରୁରେ କୃଷକ ଆନ୍ଦୋଳନ ବିଷୟରେ ଏଏନଆଇ ସହ କଥା ହୋଇ କହିଛନ୍ତି - ଏମଏସପି ଗ୍ୟାରେଣ୍ଟି ଆଇନ୍‌ ଓ ସ୍ୱାମୀନାଥମ କମିଟି ରିପୋର୍ଟ , ବିଜୁଳି ସଂଶୋଧନ ବିଲ୍‌ ଓ  ଋଣ ଛାଡ଼ ସାରାଦେଶର କୃଷକଙ୍କର ଏକା ପ୍ରକାରର ମାମଲା । ସେ କହିଛନ୍ତି କି ଦେଶରେ ଅନେକ କୃଷକ ସଂଗଠନ ଅଛି। ଅଲଗା ଅଲଗା ମଞ୍ଚରେ ଏହି ସମସ୍ୟା ସବୁ ଉଠିଛି। ଯେଉଁଠାରୁ ଯିଏ ବି କୃଷକ ଯିବେ ସମସ୍ୟା ସେଠାରେ ରହିବ। 

ଟିକାୟତ କହିଛନ୍ତି କି, ବିହାରରେ ମଣ୍ଡି ବନ୍ଦ କରି ଦିଆ ଯାଇଛି, ସେଠାରେ କୃଷକଙ୍କ କୌଣସି ମଞ୍ଚ ନାହିଁ। ଏହି ସରକାର ପ୍ରଥମେ ଥିଲା ଏବଂ ଏହି ବିଚାରଧାରାର ସରକାର ଆଜି ଅଛି। ଆଜି ବିହାରର କୃଷକ ସବୁଠୁ ଅଧିକ ସ୍ଥିତି ଖରାପ ସ୍ଥିତିରେ ରହିଛନ୍ତି।

ଟିକାୟତ କହିଛନ୍ତି , ଦେଶରେ ବଡ଼ ବଡ଼ ପୁଞ୍ଜିବାଦୀ କମ୍ପାନୀମାନେ ଏକ ସଙ୍ଗଠନ ଗଠନ କରି ଗୋଟିଏ ରାଜନୀତିକ ପାର୍ଟି ଗଠନ କରିଛନ୍ତି ଏବଂ ଏହି ଦେଶ ଉପରେ କବଜା କରି ନେଇଛନ୍ତି। ଏଥିରେ ଏହା ସମସ୍ୟା ହିଁ ହେବ। ଦିଲ୍ଲୀ ଅଭିମୁଖେ କିଏ ଗୋଟିଏ ଦିନ ପୂର୍ବରୁ ଯାଇଛି ତ ଆଉ କିଏ ଦୁଇ ଦିନ ପରେ ଆସିବ। ଯଦି ତାଙ୍କ ( କୃଷକ) ସହ କିଛି ଅନ୍ୟାୟ ହେବ ଏବଂ ସରକାର ତାଙ୍କ ପାଇଁ କୌଣସି ସମସ୍ୟା ସୃଷ୍ଟି କରନ୍ତି ତ ନା ସେହି କୃଷକ ଆମ ଠାରୁ ଅଧିକ ଦୂରରେ ନା ଦିଲ୍ଲୀ ଆମ ଠାରୁ ଅଧିକ ଦୂର। ସରକାରଙ୍କୁ ତାଙ୍କ ସହ କଥାବାର୍ତ୍ତା କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.