ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଚୀନ୍ ଉପରେ ନାହିଁ ଋଷର ଭରସା, ଭାରତ ଠାରୁ କିଣିପାରେ ୩୫ ଲକ୍ଷ ଟନ୍ ଆଲୁମିନିୟମ୍

ନୂଆଦିଲ୍ଲୀ, ୧୫/୦୯: ଆମେରିକା ପରେ ପାଶ୍ଚାତ୍ୟ ରାଷ୍ଟ୍ର ଋଷ ଉପରେ ଲଗାଇଥିବା ଆର୍ଥିକ ପ୍ରତିବନ୍ଧକ ଯୋଗୁଁ ବିଶ୍ୱରେ ବାଣିଜ୍ୟ ସନ୍ତୁଳନ ଉପରେ ପ୍ରଭାବ ପଡ଼ିଛି । ଆଉ ଋଷ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଛି । ପ୍ରତବିନ୍ଧକ ପରେ ଋଷ ତାର ଉତ୍ପାଦିତ ସାମଗ୍ରୀ ପାଇଁ ବିକଳ୍ପ ବଜାର ଏବଂ ଆବଶ୍ୟକ ସାମଗ୍ରୀ ଲାଗି ସପ୍ଲାୟର ଖୋଜୁଛି । 

ପରିବର୍ତ୍ତିତ ସ୍ଥିତିରେ ଭାରତ ଓ ଚୀନ ଠାରୁ ବେଶ୍ ଫାଇଦା ପାଉଛି ଋଷ । କିନ୍ତୁ ରଏଟର୍ସର ରିପୋର୍ଟ ମୁତାବକ ଚୀନ ଉପରେ ଋଷର ଆଉ ଭରସା ନାହିଁ । ଯାହା ଫଳରେ ଭାରତ ଉପରେ ଋଷର ନିର୍ଭରତା ବଢ଼ିପାରେ ।

ଆମେରିକାର ଦୁଇ କୁଟନୀତିଜ୍ଞଙ୍କ ଉପରେ ଗୁପ୍ତଚର ଅଭିଯୋଗ ଆଣିଲା ଋଷ, ୭ ଦିନ ଭିତରେ ଦେଶ ଛାଡିବାକୁ ଦେଲା ନିର୍ଦ୍ଦେଶ...

ଋଷରେ ଶିଳ୍ପ ପାଇଁ ଆଲୁମିନିୟମ୍ ଆବଶ୍ୟକ । ଆର୍ଥିକ ପ୍ରତିବନ୍ଧକ ପୂର୍ବରୁ ଋଷ ଆଲୁମିନିୟମ୍ ଏବଂ ଅନ୍ୟ କଞ୍ଚାମାଲ୍ ଆମଦାନୀ ୟୁକ୍ରେନ୍ ଓ ଅଷ୍ଟ୍ରେଲିଆରୁ ଆମଦାନୀ କରୁଥିଲା । ଗତବର୍ଷ ଫେବ୍ରୁଆରୀରୁ ଋଷ-ୟୁକ୍ରେନ୍ ଯୁଦ୍ଧ ପରେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିଛି । ଫଳରେ ଋଷ ଆଲୁମିନିୟମ୍ ଆଦମାନୀ କରି ନପାରି ଚୀନରୁ ମଗାଉଥିଲା । ଏବେ ଅନ୍ୟ ବିକଳ୍ପ ଖୋଜୁଛି ।

ଋଷର ଋଷାଲ ହେଉଛି ଦୁନିଆର ସବୁଠୁ ବଡ଼ ଆଲୁମିନିୟମ୍ ଉତ୍ପାଦକ । ଋଷାଲକୁ ଚୀନ୍ ପରେ ସବୁଠୁ ବଡ଼ ଆଲୁମିନିୟମ୍ ଉତ୍ପାଦକ କୁହାଯାଏ । କମ୍ପାନୀ ଋଷ, ଆୟର୍ଲାଣ୍ଡ, ଜମୈକା ଓ ଗିନି ଆଦି ଦେଶରୁ ଆବଶ୍ୟକତାର ୭୦ ପ୍ରତିଶତ ଅର୍ଥାତ୍ ୫.୫ ମିଲିୟନ୍ ଟନ୍ ଆଲୁମିନିୟମ୍ ଆଣିଥାଏ । ବଳକା ୩୦ ପ୍ରତିଶତ ଆଲୁମିନିୟମ୍ ୟୁକ୍ରେନ୍ ଓ ଅଷ୍ଟ୍ରେଲିଆରୁ କିଣିଥାଏ ଋଷାଲ । 

ଓକିଲଙ୍କ ଉପରେ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ, ଜୁନିଅରଙ୍କୁ ଏପରି ତାଲିମ ଦେଉଛ ?

ପାଶ୍ଚାତ୍ୟ ଦେଶର ପ୍ରତିବନ୍ଧକ ପରେ ଚୀନ୍ ଉପରେ ନିର୍ଭର କରିଥିଲା ଋଷାଲ । ଗତବର୍ଷ ଚୀନ ଠାରୁ ରେକର୍ଡ ପରିମାଣର ଆଲୁମିନିୟମ୍ ମଧ୍ୟ କିଣିଥିଲା । କିନ୍ତୁ ଏଥିରେ ଋଷ କ୍ଷତି ସହିବା ସହ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା । ପୂର୍ବରୁ ଋଷ ଆଲୁମିନିୟମ୍ ପାଇଁ ୧.୧ ବିଲିୟନ୍ ଡଲାର ଖର୍ଚ୍ଚ କରୁଥିବା ବେଳେ ୨୦୨୨ରେ ଚୀନରୁ କଣିବା ଲାଗି ୧.୮ ବିଲିୟନ୍ ଡଲାର ଖର୍ଚ୍ଚ କରିଛି ।

ଅଧିକ ଆମଦାନୀ ଖର୍ଚ୍ଚ ଲାଗି ଋଷାଲ ବିକଳ୍ପ ସନ୍ଧାନ କରୁଛି । ବିକଳ୍ପ ଭାବେ କଜାଖସ୍ଥାନ ଓ ଭାରତ ଅଛନ୍ତି । ବିଗତ ୬ ମାରେ ଭାରତ ଠାରୁ ୧, ୮୯, ୩୭୯ ଟନ୍ ଆଲୁମିନା ଋଷ କିଣିଛି । ସରକାରୀ କମ୍ପାନୀ ନାଲକୋ, ଋଷକୁ ଆଲୁମିନିୟମ୍ ସପ୍ଲାଏ କରୁଛି । ଚଳିତବର୍ଷ ଭାରତ ଠାରୁ ୩୫ ଲକ୍ଷ ଟନରୁ ଅଧିକ ଆଲୁମିନିୟମ୍ ଋଷ କିଣିପାରେ । 

Russia
Aluminum

Copyright © 2022 - Summa Real Media Private Limited. All Rights Reserved.