ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଫା କରିବାକୁ ଯାଇ କୂଅରେ ଶ୍ବାସରୁଦ୍ଧ ହୋଇ ଶ୍ରମିକଙ୍କ ମୃତ୍ୟୁ

ବୁଗୁଡ଼ା,୨୯ /୧୦ : କୂଅ ସଫା କରିବାକୁ ଯାଇ ଭିତରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଶ୍ରମିକଙ୍କ ଜୀବନ l ଏମିତି ଏକ ଦୁଖଃଦ ଘଟଣା ଘଟିଛି ବୁଗୁଡ଼ା ସହରର ଅନ୍ନପୂର୍ଣ୍ଣା ନଗର ଦ୍ଵିତୀୟ ଲାଇନ ଶ୍ରୀକୃଷ୍ଣ ନଗରରେ l ମୃତକ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ (୫୫) l 

ପ୍ରକାଶ ଯେ, ସାହିର ହରିହର ପାତ୍ରଙ୍କ ନବନିର୍ମିତ ଘର ଭିତରେ ଥିବା ଏକ ୩ ଫୁଟିଆ ନନ୍ଦ କୂଅକୁ ସଫା କରିବା ପାଇଁ ରବିବାର ୧ଟା ସମୟରେ ଖୋଳଖାଳି ଗ୍ରାମର ଧୋବା ସ୍ୱାଇଁ, ଖଦାଳ ସାହାଣୀ ଓ ମନୁ ସେଠି ଆସିଥିଲେ l ପ୍ରଥମେ ମନୁ ମୋଟର ଲଗାଇ ପାଣି ଖାଲି କରିବା ପରେ ଧୋବା କୂଅ ଭିତରେ ପଶି ସେଥିରେ ପଡ଼ିଥିବା ପଥର, ମାଟି ଆଦି ବାହାର କରିଥିଲେ ଏବଂ କାମ ସରିବା ପରେ ଧୋବା କୂଅରୁ ଉପରକୁ ଆସିବା ପାଇଁ ଅନ୍ୟ ୨ ସାଥି ଦଉଡ଼ି ପକାଇ ଥିଲେ । ଏହି ସମୟରେ ଧୋବା ଉପରକୁ ଆଉ ଉଠି ନ ପାରି ତଳେ ପଡ଼ି ଯାଇଥିଲେ l 

ଖବରପାଇ ବୁଗୁଡ଼ା ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଧୋବାଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଆଣିଥିଲେ l ତେବେ ଡାକ୍ତର କାମାକ୍ଷୀ ବିଷୋୟୀ ଧୋବାଙ୍କୁ ମୃତ ଘୋଷଣା କରିଥିଲେ l କୂଅ ଭିତରେ ଅମ୍ଳଜାନ ଅଭାବରୁ ଧୋବାଙ୍କ ଜୀବନ ଚାଲିଯାଇଥିବା ଜଣା ପଡ଼ିଛି l ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଛେଦ ନିମନ୍ତେ ଭଞ୍ଜନଗର ପଠାଇଥିଲେ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.