ପ୍ରମୂଖ ଖବର

୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ

କରଞ୍ଜିଆ, ୧୦/୦୨ : ୧୧ କେଭି ବିଦ୍ୟୁତ ଖୁଣ୍ଟରେ ଚଢିଗଲେ ଯୁବକ। ଆଖି ପିଛୁଳାକେ ହୁତୁହୁତୁ ହୋଇ ଜଳିଗଲା ଯୁବକଙ୍କ ଶରୀର। ଏଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ। ଯୁବକ ଜଣଙ୍କ ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ରରୁଆଁ ଥାନା ବଡବିଲ ଗାଆଁର ନରହରି ମହାନ୍ତ ଶନିବାର ସକାଳେ ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିଲେ। ଦେଖୁ ଦେଖୁ ନରହରି ଜୀଅନ୍ତା ଜଳି ଯାଇଥିଲେ। ଶରୀରରେ ବିଦ୍ୟୁତ୍ ଆଘାତ ଲାଗିବା କାରଣରୁ ତାଙ୍କର ମୁଣ୍ଡଗଣ୍ଡି ଅଲଗା ହୋଇଯାଇଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ରରୁଆଁ ପୋଲିସ ପହଁଚି ଅଧିକ ତଦନ୍ତ ଆରମ୍ଭ କରିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.