ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଟାଇମ୍ସନାଓ-ମେଟ୍ରିଜ୍‌ ସର୍ଭେ: ବିହାରରେ ୩୫ ଆସନ ଜିତିବ ଏନ୍‌ଡିଏ, ଓଡ଼ିଶାରୁ ୧୧ଟି ସିଟ୍ ଜିତିବ ବିଜେପି

ନୂଆଦିଲ୍ଲୀ,୦୮/୦୨: ଏଥର ଲୋକସଭା ନିର୍ବାଚନରେ ବିଜେପି ଅଧିକାଂଶ ରାଜ୍ୟରେ ଭଲ ପ୍ରଦର୍ଶନ କରିବ । ଗୁଜରାଟରେ ଦଳ ସମସ୍ତ ୨୬ ଆସନରେ ବିଜୟ ଲାଭ କରିବ । ବିହାରରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମୋଟ ୪୦ ଲୋକସଭା ଆସନରୁ ୩୫ଟି ହାତେଇନେବ । ଅନ୍ୟପକ୍ଷରେ ବିହାରରେ ଇଣ୍ଡିଆ ମେଣ୍ଟ ଭାଗରେ ମାତ୍ର ୫ଟି ଆସନ ପଡ଼ିବ । ଟାଇମ୍ସନାଓ-ମେଟ୍ରିଜ୍‌ ଏନ୍‌ସି ସର୍ଭେ ରିପୋର୍ଟରୁ ଏହା ଜଣାପଡ଼ିଛି । 

ସର୍ଭେ ରିପୋର୍ଟ ମୁତାବକ ପଶ୍ଚିମବଙ୍ଗରେ ଶାସକ ଦଳ ଟିଏମ୍‌ସି  (ତୃଣମୂଳ କଂଗ୍ରେସ) ସର୍ବାଧିକ ୨୬ ଆସନ ପାଇବାକୁ ଥିବା ବେଳେ ବିଜେପି ୧୫ ପାଇବ । କଂଗ୍ରେସ ଓ ବାମ ମେଣ୍ଟ ଭାଗରେ ମାତ୍ର ଗୋଟିଏ  ଆସନ ପଡ଼ିବ । ଓଡ଼ିଶାରେ ବି ବିଜେପିର ପ୍ରଦର୍ଶନ ଉତ୍ତମ ରହିବ । ଦଳ ଏଠାରେ ମୋଟ ୨୧ ଆସନ ମଧ୍ୟରୁ ୧୧ଟି ଜିତିବ । ଶାସକ ଦଳ ବିଜେଡି ୯ଟି ପାଇବାକୁ ଥିବା ବେଳେ ଗତ ଥର ଭଳି କଂଗ୍ରେସ ସେଇ ଗୋଟିଏ  ଆସନରେ ସୀମିତ ରହିଯିବ । ୨୦୧୯ ଲୋକସଭା ନିର୍ବାଚନରେ ଓଡ଼ିଶାରେ  ବିଜେଡି ୧୨ ଆସନରେ ଜିତିଥିଲା ବେଳେ ବିଜେପି ୮ ଏବଂ କଂଗ୍ରେସ  ଗୋଟିଏ ଆସନରେ ବିଜୟୀ ହୋଇଥିଲା । 

ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ଏନ୍‌ଡିଏ ୩୯ ପାଇବାକୁ  ଥିବା ବେଳେ ‘ଇଣ୍ଡିଆ’ ମେଣ୍ଟ ୯ଟି ଆସନ ପାଇବ । ଆନ୍ଧ୍ର ପ୍ରଦେଶଷରେ କିନ୍ତୁ ବିଜେପି ହାତ ପୁଣି ଖାଲି ରହିବ । ରାଜ୍ୟର ମୋଟ ୨୫ ଲୋକସଭା  ଆସନରୁ ଶାସକ ଦଳ ୱାଇଏସ୍‌ଆର୍‌ସିପି ୧୯ଟିରେ ଜିତିବାକୁ ଥିବା  ବେଳେ ଟିଡିପି-ଜନସେନା ମେଣ୍ଟ ୬ଟି ଆସନ ହାତେଇ ପାରନ୍ତି । ୨୦୧୯  ନିର୍ବାଚନରେ ୱାଇଏସ୍‌ଆର୍‌ସିପି ୨୨ଟି ଆସନ ଜିତିଥିଲା ବେଳେ ଟିଡିପି  ମାତ୍ର ୩ଟି ପାଇଥିଲା । ବିଜେପି କିଛି ପାଇ ନ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.