ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଚମ୍ପଇ ସରକାରର ଫ୍ଲୋର୍‌ ଟେଷ୍ଟ୍‌, ବହୁମତ ପ୍ରମାଣିତ କରିବାକୁ ଦରକାର ୪୧ ବିଧାୟକଙ୍କ ସମର୍ଥନ

ରାଞ୍ଚି,୦୫/୦୨: ଝାଡ଼ଖଣ୍ଡର ଚମ୍ପଇ ସରକାର ସୋମବାର  ବିଧାନସଭାରେ ନିଜ ବହୁମତ ପ୍ରମାଣ ଦେବ । ଏହା ପୂର୍ବରୁ ରବିବାର ସନ୍ଧ୍ୟାରେ ଜେଏମ୍‌ଏମ୍‌  ଓ କଂଗ୍ରେସ ମହାମେଣ୍ଟର ବିଧାୟକମାନେ  ହାଇଦ୍ରାବାଦରୁ ରାଞ୍ଚି ଫେରିଛନ୍ତି । ବିଧାୟକଙ୍କୁ  ନେଇ ଏକ ଚାର୍ଟର୍ଡ ବିମାନ ଅପରାହ୍ନ ୪ଟାରେ  ହାଇଦ୍ରାବାଦରୁ ଉଡ଼ାଣ ଭରି ରାଞ୍ଚିରେ ପହଞ୍ଚିଥିଲା । 

ଫ୍ଲୋର୍‌ ଟେଷ୍ଟକୁ ନେଇ ଝାଡ଼ଖଣ୍ଡ ମୁକ୍ତି  ମୋର୍ଚ୍ଚା (ଜେଏମ୍‌ଏମ୍‌)ର କେନ୍ଦ୍ରୀୟ ମହାସଚିବ  ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ କହିଛନ୍ତି, ମହାମେଣ୍ଟ ସରକାରଙ୍କ ପାଖରେ ୪୩ ବିଧାୟକଙ୍କ  ଲିଖିତ ପ୍ରମାଣ ରହିଛି । ବହୁମତ ପ୍ରମାଣିତ  ହେବା ପରେ ଫେବ୍ରୁଆରୀ ୭ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବ । ରାଜ୍ୟପାଳଙ୍କ  ଅନୁମତିକ୍ରମେ ବିଧାନସଭାରେ ଦୁଇଦିନିଆ  ଅଧିବେଶନ ଡକାଯାଇଛି । ଫେବ୍ରୁଆରୀ  ୫ ଓ ୬ରେ ଏହି ଅଧିବେଶନ ବସିବ ।  ଅଧିବେଶନରେ ଫ୍ଲୋର୍‌ ଟେଷ୍ଟ କରାଯିବ । 

ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ୍‌ ନିଜ  ମନ୍ତ୍ରିମଣ୍ଡଳରେ ନୂଆ ଚେହେରାଙ୍କୁ ନେଇପାରନ୍ତି ।  ନୂଆ ଚେହେରା ତାଲିକାରେ କଂଗ୍ରେସର ଦୀପିକା ପାଣ୍ଡେଙ୍କ ନାମ ରହିଛି । ଏହାଛଡ଼ା ବସନ୍ତ  ସୋରେନ ଏବଂ ସୀତା ସୋରେନ ବି ମନ୍ତ୍ରୀ  ହୋଇପାରନ୍ତି । ଦୁଇ ଉପ ମୁଖ୍ୟମନ୍ତ୍ରୀ ରହିବେ । ଏଥିରେ କଂଗ୍ରେସ ପଟୁ ଆଲମଗିର ଆଲମ  ଏବଂ ଜେଏମ୍‌ଏମ୍‌ରୁ ସୀତା ସୋରେନଙ୍କ ନାମ  ସାମିଲ । କୃଷିମନ୍ତ୍ରୀ ରହିଥିବା ବାଦଲ ପତ୍ରଲେଖ  ଓ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କୁ ହଟାଯାଇପାରେ । 

ଉଲ୍ଲେଖଯୋଗ୍ୟ, ୬୦୦ କୋଟି ଟଙ୍କାର  ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ୍‌  ଜାନୁଆରୀ ୩୧ରେ ମୁଖ୍ୟମନ୍ତ୍ରୀ ପଦରୁ  ଇସ୍ତଫା ଦେଇଥିଲେ । ଇଡି ଦ୍ୱାରା ତାଙ୍କୁ  ଗିରଫ କରାଯିବା ପରେ ତାଙ୍କ ସ୍ଥାନରେ ୬୮  ବର୍ଷୀୟ ଚମ୍ପଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ  କରାଯାଇଥିଲା । ସେ ଫେବ୍ରୁଆରୀ ୨ରେ  ଝାଡ଼ଖଣ୍ଡର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ  ନେଇଥିଲେ । ଏହାପରେ ବହୁମତ ପ୍ରମାଣ  ପାଇଁ ରାଜ୍ୟପାଳ ସି ପି ରାଧାକ୍ରଷ୍ଣନ ଚମ୍ପଇ  ସରକାରକୁ ୧୦ ଦିନ ସମୟ ଦେଇଥିଲେ ।  ଏଭଳି ସ୍ଥିତିରେ ଘୋଡ଼ା ବେପାର ଭୟରେ  ଜେଏମ୍‌ଏମ୍‌-କଂଗ୍ରେସର ୩୭ ବିଧାୟକଙ୍କୁ  ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.