ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଢେପଗୁଡ଼ା ଘାଟିରେ ଟ୍ରକ୍ ଦୁର୍ଘଟଣା: ୨ ମୃତ; ଚାଳକ ଫେରାର, ରାସ୍ତା ଅବରୋଧ କଲେ ଲୋକେ

Published By : Prameya | February 5, 2024 2:31 PM

ବିଶ୍ୱନାଥପୁର, ୫।୦୨: ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତଦ ଦୁର୍ଘଟଣା । ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ୍ ପୋଖରୀବନ୍ଧ ଗ୍ରାମର ୩୭ ବର୍ଷୀୟ ଅରୁଣ ଧଙ୍ଗଡ଼ାମାଝୀ ଏବଂ ୩୫ ବର୍ଷୀୟ ପଦ୍ମଲୋଚନ ପାତ୍ର ଦୁଇଜଣ ନର୍ଲା ଥାନା ଅଧିନସ୍ଥ ଗୋରକୋଲ ଗାଁକୁ ବାଇକ ଯୋଗେ ମିସ୍ତ୍ରୀ କାମ କରିବାକୁ ଯାଉଥିଲେ । ଯିବା ସମୟରେ ଲାଞ୍ଜିଗଡ଼ ବ୍ଲକ୍ ପୋଖରୀବନ୍ଦ ଗ୍ରାମପଞ୍ଚାୟତ ଅଧିନସ୍ଥ ଢେପଗୁଡ଼ା ଜଙ୍ଗଲ ନିକଟରେ ରାୟଗଡ଼ା ପଟୁ ଆସୁଥିବା ଏକ କଣ୍ଟେନର ଦ୍ରୁତଗତିରେ ଆସି ପଛପଟେ ମାଡ଼ିଯିବା ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । 

ଦୁଇଜଣକ ଉପରେ ଟ୍ରକ୍ ମାଡ଼ିଯାଇଥିବା ବେଳେ ଟ୍ରକ୍‌ଟି ମଧ୍ୟ ଓଲଟି ପଡ଼ିଛି । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା । ତେବେ ଘଟଣାସ୍ଥଳରେ ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପୁଲିସ ପହଞ୍ଚି ତଦନ୍ତ କରୁଥିବାବେଳେ ଭବାନୀପାଟଣା ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତାକୁ ଲୋକେ ଅବରୋଧ କରିଥିବାରୁ ଶହଶହ ଗାଡ଼ି ଅଟକି ରହିଛି ।

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.