ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଉତ୍ତରକାଶୀ ଟନେଲ୍, ୪ଟି ଭିନ୍ନ ଭିନ୍ନ ସ୍ଥାନରୁ ଖୋଳିବା ଆରମ୍ଭ କଲେ ୪ଟି ଉଦ୍ଧାରକାରୀ ଟିମ୍

ଡେରାଡୁନ୍, ୧୯/୧୧: ୮ ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀ ନିର୍ମାଣାଧୀନ ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଉଦ୍ଧାର ପାଇଁ ପାହାଡ଼ ଉପରୁ ଆରମ୍ଭ ହୋଇଛି ଡ୍ରିଲିଂ । ସମୟ ଗଢ଼ିବା ସହ ଚିନ୍ତା ବଢ଼ୁଥିବାରୁ ପିଏମଓର ଅଧିକାରୀ ଭିନ୍ନ ଭିନ୍ନ ଏଜେନ୍ସି ୪ଟି ୟୋଜନାରେ ଉଦ୍ଧାର ଆରମ୍ଭ କରିଛନ୍ତି ।

ପ୍ରଥମେ ଏସଜେବିଏନଏଲ୍ (ସତଲୁଜ୍ ଜଲ ବିଦ୍ୟୁତ୍ ନିଗମ ଲିମିଟେଡ୍) କାର୍ଯ୍ୟ ଆରମ୍ଭ କରିଛି । ସୁଡ଼ଙ୍ଗର ଉପରେ ୧୨୦ ମିଟରରେ ୧ ମିଟର ଭର୍ଟିକାଲ୍ ଡ୍ରିଲିଂ କରାଯାଉଛି ।

ଦ୍ୱିତୀୟରେ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ଉଦ୍ଧାର କାର୍ଯ୍ୟରେ ଲାଗିଛି । କମ୍ପାନୀ ପୁଣି ଥରେ ୬୦ ମିଟର ଲମ୍ବ ପର୍ଯ୍ୟନ୍ତ ସୁଡ଼ଙ୍ଗ ଖୋଳିବ ।

ତୃତୀୟରେ ଟିଏସଏଚଡିସି ସୁଡ଼ଙ୍ଗର ବୀପରିତ ଦିଗରୁ ପ୍ରାୟ ୪୦୦ ମିଟର ଖୋଳିବ ।

ଚତୁର୍ଥରେ ଓଏନଜିସି ହରିଜଣ୍ଟେଲ୍ ପ୍ରକ୍ରିୟାରେ ସୁଡ଼ଙ୍ଗ ଖୋଳିବ ।

ଉଦ୍ଧାର କାର୍ଯ୍ୟରେ ଏନ୍ଏଚ୍ଆଇଡିସିଏଲ୍, ଓଏନଜିସି, ଟିଏଚଡିସି ଓ ଆରବିଏନ୍ଏଲ୍ ସହ ବିଆରଓ, ଭାରତୀୟ ସେନା ସାମିଲ୍ ହୋଇଛନ୍ତି । ଆଜି ଟନେଲ ନିକଟକୁ ଯାଇ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । 

ଗଡ଼କରୀ କହିଛନ୍ତି, ଆମେ ସଫଳ ହେବୁ । ପ୍ରଧାନମନ୍ତ୍ରୀ ମୋଦି ଚିନ୍ତା ପ୍ରକଟ କରିଛନ୍ତି । ଆମେରିକୀୟ ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆ ଯାଉଛି । ପ୍ରାଥମିକତା ହେଉଛି ଫସିଥିବା ଶ୍ରମିକଙ୍କ ଜୀବନ ବଞ୍ଚାଇବା । ଉଦ୍ଧାର କାର୍ଯ୍ୟ ଯୁଦ୍ଧ ସ୍ତରରେ ଜାରି ରହିଛି । ଟନେଲ୍ ବାହାରେ ୬ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ କରାଯାଇଛି । ୧୦ଟି ଆମ୍ବୁଲାନ୍ସ ବି ପ୍ରସ୍ତୁତ ହୋଇ ରହିଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.