ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବାଂଲାଦେଶକୁ ଛୋଟ ବାତ୍ୟା! ଓଡ଼ିଶାରେ କୋହଲା ପାଗ, ଅଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୭/୧୧: ଗଭୀର ଅବପାତ ବାତ୍ୟା ରୂପ ନେଇଯିବ ଶୁକ୍ରବାର ସକାଳ ସୁଦ୍ଧା । ଛୋଟ ବାତ୍ୟା ହୋଇ ଯିବ ବାଂଲାଦେଶକୁ । ମାଡ଼ ହେବ ୧୮ ତାରିଖ ସକାଳେ । ଏହାର ବିଶେଷ ପ୍ରଭାବ ପଡ଼ିବନି ଓଡ଼ିଶାରେ । 

ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରୁ ଦୂରରେ ଦୂରରେ ସମୁଦ୍ରରେ ଗତି କରିବ । ଏହା ପ୍ରଭାବରେ ଶୁକ୍ରବାର ରାଜ୍ୟରେ ପାଗ କୋହଲା ରହିବ । ଉପକୂଳ ଓଡ଼ିଶାର କିଛି ଜାଗାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଗୁରୁବାର ସନ୍ଧ୍ୟା ସୁଦ୍ଧା ପାରାଦୀପ ଓ ଚାନ୍ଦବାଲିରେ ହାଲୁକା ବର୍ଷା ହୋଇଛି । କୋହଲା ପାଗ ଯୋଗୁ ପ୍ରାୟ ସବୁଠି ଦିନ ତାପମାତ୍ରା ଖସିଛି । 

ପାଣିପାଗ ବିଭାଗ ଆକଳନ କହୁଛି, ଶୁକ୍ରବାର ସକାଳ ୮ଟା ୩୦ ସୁଦ୍ଧା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକରେ କିଛି କିଛି ସ୍ଥାନ ସମେତ କଟକ, ଯାଜପୁର, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା ଓ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ  ମଧ୍ୟମ ବର୍ଷା ହୋଇପାରେ । କେନ୍ଦ୍ରାପଡ଼ା, ଜଗତସିଂହପୁରର ଗୋଟିଏ ଦୁଇଟି ସ୍ଥାନରେ ସକାଳ ସୁଦ୍ଧା ପ୍ରବଳ ବର୍ଷା (୭୦ ମିଲିମିଟରରୁ ୧୧୦ ମିମି ପର୍ଯ୍ୟନ୍ତ) ଆଶଙ୍କା ଅଛି । ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ବାକି ସବୁଠି ପାଗ ଶୁଖିଲା ରହିବ । ଶନିବାର ଓ ରବିବାର ରାଜ୍ୟରେ ପାଗ ଶୁଖିଲା ରହିବା ସମ୍ଭାବନା ଅଛି । ୨୦ ତାରିଖରେ ମାଲକାନଗିରି, କୋରାପୁଟର  ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । 

ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଓ ତା’ର ଆଖପାଖ ଅଞ୍ଚଳରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିପାରେ । ମଝିରେ ମଝିରେ ପବନର ଝଟ୍‌କା ୭୦ କିମି ପର୍ଯ୍ୟନ୍ତ ଛୁଇଁପାରେ । ଏହା ପରେ ପବନ ବେଗ ଧୀରେଧୀରେ କମିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯିବା ବାରଣ କରାଯାଇଛି । ରାଜ୍ୟର ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଉପକୂଳ ଓଡ଼ିଶାରେ ଶୁକ୍ରବାର ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । କିଛି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ଶନିବାରଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୦ରେ ଦକ୍ଷିଣରେ ପୁଣି କିଛି ବର୍ଷା ହୋଇପାରେ । ୨୫/୨୬ ତାରିଖବେଳକୁ ପୁଣି ପାଗ ବଦଳିପାରେ । 

ଆଇଏମ୍‌ଡିର ପୂର୍ବାନୁମାନ କହୁଛି, ନଭେମ୍ବର ଶେଷ ସପ୍ତାହରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ।

Copyright © 2022 - Summa Real Media Private Limited. All Rights Reserved.