ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

World Cup: କ୍ରିକେଟ୍ ଇତିହାସରେ ପ୍ରଥମ, ଗୋଟିଏ ବି ବଲ୍ ନ ଖେଳି ଆଉଟ୍ ହେଲେ ଶ୍ରୀଲଙ୍କାର ଏଞ୍ଜେଲୋ ମ୍ୟାଥୁଜ୍

ନୂଆଦିଲ୍ଲୀ, ୦୬/୧୧: ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ-ଶ୍ରୀଲଙ୍କା ମ୍ୟାଚରେ ଐତିହାସିକ ବିବାଦ ଉପୁଜିଛି । ଶ୍ରୀଲଙ୍କାର ଖେଳାଳି ଏଞ୍ଜେଲୋ ମ୍ୟାଥୁଜ୍ କୌଣସି ବି ଗୋଟିଏ ବଲ୍ ନ ଖେଳି ‘ଟାଇମ୍ ଆଉଟ୍’ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି । ତେବେ ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠି ଜଣେ ଖେଳାଳି ଏଭଳି ଭାବେ ‘ଟାଇମ୍ ଆଉଟ୍’ ହୋଇଛନ୍ତି ।

ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ବ୍ୟାଟିଂ କରୁଥିବା ବେଳେ ୨୫ ଓଭରରେ ଏହି ଘଟଣା ଘଟିଥିଲା । ଉକ୍ତ ଓଭରରେ ବାଂଲାଦେଶ ଟିମର ଅଧିନାୟକ ଓ ସ୍ପିନର୍ ଶାକିବ ଅଲ୍ ହସନ୍ ଅପିଲ୍ କରିଥିଲେ । ଶାକିବଙ୍କ ଦ୍ୱିତୀୟ ବଲରେ ସଦିରା ସମରବିକ୍ରମା କ୍ୟାଚ୍ ଆଉଟ୍ ହୋଇଥିଲେ । ଏହା ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ ଏଞ୍ଜେଲୋ ମ୍ୟାଥୁଜ୍ । ତେବେ ଏହି ସମୟରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ।




ମ୍ୟାଥୁଜ୍ କ୍ରିଜକୁ ଆସିଲା ବେଳେ ଉଚିତ୍ ହେଲମେଟ୍ ଆଣି ନଥିଲେ । ଫଳରେ ସେ କ୍ରିଜକୁ ଆସି ଆଉ ଏକ ହେଲମେଟ୍ ଆଣିବା ଲାଗି ପ୍ୟାଭିଲିୟନ ଓ ସାଥୀ ଖେଳାଳିଙ୍କୁ ଇସାରା କରିଥିଲେ । ଆଉ ସେହି ସମୟରେ ଶାକିବ କ୍ରିଜରେ ଥିବା ଅମ୍ପାୟରଙ୍କୁ ‘ଟାଇମ୍ ଆଉଟ୍’ ଅପିଲ୍ କରିଥିଲେ । ତେବେ ଶାକିବଙ୍କ ଅପିଲକୁ ପ୍ରଥମେ ଅମ୍ପାୟର ଗୁରୁତ୍ୱ ଦେଇ ନଥିଲେ । ଶାକିବ ପୁଣି ଅମ୍ପାୟରଙ୍କୁ କହିବା ପରେ ଦୁଇ ଅମ୍ପାୟର ଆଲୋଚନା କରି ମ୍ୟାଥୁଜଙ୍କୁ ଅମ୍ପାୟରଙ୍କୁ ‘ଟାଇମ୍ ଆଉଟ୍’ କରିଥିଲେ । 

ଏଭଳି ଭାବେ ଶ୍ରୀଲଙ୍କା ଟିମ୍ ଗୋଟିଏ ବଲରେ ୨ଟି ୱିକେଟ୍ ହରାଇଥିଲା । କୌଣସି ଗୋଟିଏ ବଲ୍ ନ ଖେଳି ଆଉଟ୍ ହୋଇ ନିରାଶ ହୋଇ କ୍ରିଜରୁ ଫେରିଥିଲେ ମ୍ୟାଥୁଜ୍ । ଏଭଳି ଘଟଣା ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମଥର ପାଇଁ ତାହା ପୁଣି ବିଶ୍ୱକପ୍ ମ୍ୟାଚରେ ଦେଖିବାକୁ ମିଳିଛି । ‘ଟାଇମ୍ ଆଉଟ୍’କୁ ନେଇ ରାଗି ଯାଇଥିବା ମ୍ୟାଥୁଜ୍ ଫେରିବା ସମୟରେ ବାଉଣ୍ଡରିକୁ ହେଲମେଟ୍ ଫିଙ୍ଗି ଦେଉଥିବା ଭିଡିଓରେ ଦେଖା ଯାଉଛି ।

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ବାଂଲାଦେଶ; ଉଭୟ ଟିମ୍‌ରେ ଏକାଦଶରେ ପରିବର୍ତ୍ତନ

‘ଟାଇମ୍ ଆଉଟ୍’ ନିୟମ କଣ ?

୪୦.୧.୧ ଅନୁସାରେ, କୌଣସି ୱିକେଟ୍ ଖସିବା ପରେ କ୍ରିଜକୁ ଆସୁଥିବା ବ୍ୟାଟ୍ସମ୍ୟାନ ୩ ମିନିଟ୍ ମଧ୍ୟରେ ଆଗାମୀ ବଲ୍ ଖେଳିବାକୁ ପ୍ରସ୍ତୁତ ହେବା ଦରକାର । ଯଦି ନୂତନ ବ୍ୟାଟ୍ସମ୍ୟାନ୍ ଏଭଳି କରିବାକୁ ସକ୍ଷମ ହେବେ ନାହିଁ ତ, ତାଙ୍କୁ ଆଉଟ୍ ବୋଲି କୁହାଯିବ । ଯାହାକୁ ‘ଟାଇମ୍ ଆଉଟ୍’ କୁହାଯାଏ ।

୪୦.୧.୨ ଅନୁସାରେ, ଯଦି ନିର୍ଦ୍ଧାରିତ (୩ ମିନିଟ୍) ସମୟରେ ବ୍ୟାଟ୍ସମ୍ୟାନ୍ କ୍ରିଜକୁ ନ ଆସନ୍ତି । ସେଠି ଅମ୍ପାୟର୍ ୧୬.୩ ନିୟମ ଆପଣାଇବେ । ଫଳରେ ବ୍ୟାଟ୍ସମ୍ୟାନଙ୍କୁ ‘ଟାଇମ୍ ଆଉଟ୍’ କରାଯାଇ ପାରିବ । 

ଦିଲ୍ଲୀ-NCRରେ ଭୂକମ୍ପର ବଡ଼ ଝଟକା , ରିକ୍ଟର ସ୍କେଲରେ ତୀବ୍ରତା ୫.୬

Copyright © 2022 - Summa Real Media Private Limited. All Rights Reserved.