ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆଣି ପାରନ୍ତି ସରକାର, ବୁଧବାର ହୋଇପାରେ ଆଗତ

ନୂଆଦିଲ୍ଲୀ୧୮/୦୯: ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି । ଆସନ୍ତାକାଲି ଗଣେଶ ଚତୁର୍ଥୀରୁ ନୂଆ ସଂସଦ ଭବନରେ ଅଧିବେଶନ ବସିବ । ସ୍ୱତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍ ଆଣି ପାରନ୍ତି । ବୁଧବାର ଏ ସମ୍ପର୍କିତ ବିଲ୍ ଆଗତ ହୋଇପାରେ ବୋଲି ଜଣାପଡ଼ିଛି ।

ତେବେ ମହିଳା ସଂରକ୍ଷଣ ବିଲ୍ ପାସ୍ ପାଇଁ ବିଜେପିକୁ ବେଶୀ ସଂଘର୍ଷ କରିବାକୁ ପଡ଼ିବ ନାହିଁ । କାରଣ ବିଲକୁ ନେଇ ବିରୋଧୀ ନେତାଙ୍କ ସହମତି ରହିଛି । ସ୍ୱତନ୍ତ୍ର ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲକୁ ନେଇ ଚର୍ଚ୍ଚା ହୋଇଥିଲା । ଶାସକ ସହ ବିରୋଧୀ ମେଣ୍ଟ ଏଥିରେ ଆଗ୍ରହ ପ୍ରକାଶ କରିଥିଲେ ।

ପୁରୁଣା ସଂସଦରେ ଶେଷ ଦିନ: ପ୍ରଧାନମନ୍ତ୍ରୀ ମୋଦି କହିଲେ- ବିଦେଶୀ ଶାସକ କରିଥିଲେ, କିନ୍ତୁ ଅର୍ଥ ଓ ପରିଶ୍ରମ ଭାରତୀୟଙ୍କ ଲାଗିଛି

ସର୍ବଦଳୀୟ ବୈଠକରେ ସରକାର କହିଥିଲେ, ଉପଯୁକ୍ତ ସମୟର ଅପେକ୍ଷା କରାଯାଇଛି । ସୂତ୍ର ଅନୁସାରେ, ବୁଧବାର ସରକାର ଲୋକସଭାରେ ଏହି ବିଲ୍ ଆଗତ କରି ପାରନ୍ତି । ଲୋକସଭାରେ ବିଲ୍ ପାରିତ ହେବା ପରେ ରାଜ୍ୟସଭାକୁ ପଠାଯିବ । 

କଂଗ୍ରେସ ଓ ସହଯୋଗୀ ଦଳ ମହିଳା ସଂରକ୍ଷଣ ବିଲ୍ ଆଣିବାକୁ ଦାବି କରୁଛନ୍ତି । ବିଜେପି, ଏନସିପି ବିଲକୁ ସମର୍ଥନ କରୁଛନ୍ତି । ବିଆରଏସ୍, ଟିଡିପି, ବିଜେଡି ଆଦି ଦଳର ଦାବି ନୂଆ ସଂସଦ ଭବନରେ ଅଧିବେଶନ ଆରମ୍ଭ ସହ ମହିଳା ସଂରକ୍ଷଣ ବିଲ୍ ପାରିତ କରାଯାଉ । 

ମାଛ ଖାଇବା ପରେ କାଟିବାକୁ ପଡ଼ିଲା ମହିଳାଙ୍କ ହାତ ଓ ଗୋଡ଼, କାହିଁକି ଏଭଳି ନିଷ୍ପତ୍ତି ନେଲେ ଡାକ୍ତର ?

  • PrameyaOdia
  • Parliament
  • Women Reservation Bill
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.