ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ଲାଇବ୍ରେରୀ ୱାଲି ବସ୍’; ହଜାରେ ପୁସ୍ତକକୁ ନେଇ ପଚିଚାଳିତ, ଦୈନିକ ଆସନ୍ତି ୨୦ରୁ ୩୦ ପିଲା

ନୂଆଦିଲ୍ଲୀ, ୨।୯: ଆଜିର ଡିଜିଟାଲ ଯୁଗରେ ଲୋକଙ୍କଠାରେ ବହି ପଢ଼ିବାର ଆଗ୍ରହ ହ୍ରାସ ପାଉଥିବାର ଦେଖାଯାଉଛି । ତେଣୁ ପିଲା ଲାଇବ୍ରେରୀ ଯିବାକୁ ବିଶେଷ ପସନ୍ଦ କରୁନାହାନ୍ତି । ପିଲାଙ୍କୁ ପଢ଼ାରେ ଆଗ୍ରହ ଆଣିବାକୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଭ୍ରାମ୍ୟମାଣ ପାଠାଗାର ନିର୍ମାଣ କରାଯାଉଛି । ଏହି କ୍ରମରେ ଦିଲ୍ଲୀରେ ଭ୍ରାମ୍ୟମାଣ ପାଠାଗାରର ସୁବିଧା ରହିଛି । ଯାହା ୧୯୫୩ ମସିହାରୁ ପରିଚାଳିତ ହୋଇଆସୁଛି । ଏହା ଦିଲ୍ଲୀ ପବ୍ଲିକ୍ ଲାଇବ୍ରେରୀ (ଡିପିଏଲ୍‌) ନାଁରେ ପରିଚିତ । ଦିଲ୍ଲୀର ୭୦ଟି ସ୍ଥାନରେ ୮ଟି ବସ୍‌କୁ ନେଇ ଏହି ଲାଇବ୍ରେରୀ ପରିଚାଳିତ । ଯେଉଁଥିରେ ୬ ହଜାର ସଦସ୍ୟ ଓ ହଜାରେ ପୁସ୍ତକ ରହିଛି । ଦୀର୍ଘ ୭୦ ବର୍ଷ ଧରି ଏହି ପାଠାଗାର ସହରରେ ବହି ପଢ଼ାର ଭିନ୍ନ ଏକ ସଂସ୍କୃତି ସୃଷ୍ଟି କରିବାରେ ସଫଳ ହୋଇଛି । ଯାହା ଏବେ ସୁଦ୍ଧା ଜାରି ରହିଛି । 

ପ୍ରତିଟି ବସ୍‌ରେ ବିଭିନ୍ନ ବିଷୟରେ ଭିନ୍ନ ଭିନ୍ନ ପ୍ରକାର ବହି ରହିଛି । ଏଥିରୁ ଅନ୍ୟତମ ବ୍ରେଲି ଲାଇବ୍ରେରୀ । ଏହି ବ୍ରେଲି ପାଠାଗାର ଦିଲ୍ଲୀର ୧୨ଟି ସ୍ଥାନରେ ବୁଲିଥାଏ । ଏହି ମୋବାଇଲ୍ ପାଠାଗାର ସହିତ ସଂଶ୍ଳିଷ୍ଟ ଥିବା ନବୀନ ଆହୁଜା କୁହନ୍ତି, ଯଦିଓ ବର୍ତ୍ତମାନ ଯୁଗରେ ଡିଜିଟାଇଜେସନ୍ ଗୁରୁତ୍ୱପୂର୍ଣ୍ଣ, ତଥାପି ହାତରେ ବହି ଧରି ପଢ଼ିବା ପାଠକଙ୍କୁ ଦିବ୍ୟ ଅନୁଭୂତି ପ୍ରଦାନ କରେ । ତେବେ ପ୍ରତ୍ୟେକ ଗଳିରେ ଥିବା ଏହି ମୋବାଇଲ୍ ଲାଇବ୍ରେରୀକୁ ନିୟମିତ ୨୦ରୁ ୩୦ ପିଲା ଆସିଥାନ୍ତି । ଏହି ପାଠାଗାରରୁ ୧୪ ଦିନ ବହି ନେବାର ଅବଧି ରହିଛି । ବିଶେଷ କରି ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଅଧିକାଂଶ କଲେଜ ଛାତ୍ରଛାତ୍ରୀ ଏଠାରୁ ବହି ନେଇଥାନ୍ତି । 

କେବଳ ଏତିକି ନୁହେଁ, ସହରର ବସ୍ତିଗୁଡ଼ିକରେ ରହୁଥିବା ଗରିବ ପିଲା ତଥା ଭଲ ବହିଟିଏ ପଢ଼ିବାରୁ ବଞ୍ଚିତ ହେଉଥିବା ପିଲାଙ୍କ ପାଇଁ ଏହି ଭ୍ରାମ୍ୟମାଣ ପାଠାଗାର ବେଶ୍ ଉପଯୋଗୀ ସାବସ୍ତ୍ୟ ହୋଇଛି । ସେହିପରି ପିଲାମାନେ ଏହାକୁ ‘ଲାଇବ୍ରେରୀ ୱାଲି ବସ୍’ ବୋଲି କହିଥାନ୍ତି । ଏହି ପାଠାଗାରର ସଦସ୍ୟ ଥିବା ଲୋକ ନିଜ ପିଲା ତଥା ନାତି ନାତୁଣୀଙ୍କୁ ଭ୍ରାମ୍ୟମାଣ ପାଠାଗାରର ସଦସ୍ୟ ହେବା ପାଇଁ ପ୍ରୋତ୍ସାହିତ କରିଥାନ୍ତି । କଲ୍‌କଜି, ରୋହିଣୀ ସେକ୍ଟର ୫, ୫, ୧୫ସ ଶକ୍ତିନଗର, କମଲାନଗରର ପାଠକମାନେ ପ୍ରତି ସପ୍ତାହରେ ମୋବାଇଲ୍ ଲାଇବ୍ରେରୀ ପରିଭ୍ରମଣରେ ଆସନ୍ତି । 

mobile library
delhi public library

Copyright © 2022 - Summa Real Media Private Limited. All Rights Reserved.