ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନିର୍ବାଚନ ଡ୍ୟୁଟି ବେଳେ ବିଏଲଓଙ୍କ ଆକସ୍ମିକ ମୃତ୍ୟୁ, ପୋଷ୍ଟମର୍ଟମ୍‌ ପରେ ଜଣାପଡିବ ମୃତ୍ୟୁର କାରଣ

ଯାଜପୁର ୦୧/୦୬: ବିଞ୍ଝାରପୁର ଫତେପୁର ବୁଥରେ ଦେଖାଯାଇଛି ଏକ ଅଭାବନୀୟ ଘଟଣା। ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ବିଏଲଓଙ୍କ ମୃତ୍ୟୁ ଘଟିଛି। ଏହି ବିଏଲଓ ଜଣଙ୍କ ହେଉଛନ୍ତି ୫୮ ବର୍ଷିୟ ମନୋରଞ୍ଜନ ସାହୁ। ସେ ୧୫୭ ନମ୍ବର ବୁଥରେ କାର୍ଯ୍ୟରତ ଥିଲେ। ଯାଜପୁର ନଛିପୁର ବିଞ୍ଝାରପୁର ଅଞ୍ଚଳରେ ତାଙ୍କ ଘର । ମନୋରଞ୍ଜନ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.