ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି । ଦଳର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ଦଳ ବାହାରର ରାସ୍ତା ଦେଖାଇଛି । ଦଳୀୟ ଅନୁଶାସନ ବିରୋଧରେ ରହିବା ଅଭିଯୋଗରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନାନୁସାରେ, କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି । ସୂଚନାଥାଉକି, ଆଚାର୍ଯ୍ୟ ପ୍ରମୋଦ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ ପ୍ରଶଂସା କରିଥିଲେ । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବ୍ୟତୀତ ସେ ଅନେକ କ୍ୟାବିନେଟ ମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ।
अनुशासनहीनता और पार्टी के खिलाफ बार-बार बयानबाजी की शिकायतों के मद्देनजर कांग्रेस अध्यक्ष ने प्रमोद कृष्णम को तत्काल प्रभाव से 6 साल के लिए पार्टी से निष्कासित करने के उत्तर प्रदेश कांग्रेस कमेटी के प्रस्ताव को मंजूरी दे दी है। pic.twitter.com/bRPTyvW99L
— ANI_HindiNews (@AHindinews) February 10, 2024
ଆମେ ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ କଂଗ୍ରେସ ଟିକଟରେ ଲକ୍ଷ୍ନୌ ଆସନରୁ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଆଧ୍ୟାତ୍ମିକ ଗୁରୁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ । ଏବେ ତାଙ୍କ ସମ୍ପର୍କିତ ସୂତ୍ରରୁ ଜଣାଯାଇଛି ଯେ, ସେ ନିକଟ ଭବିଷ୍ୟତରେ କଂଗ୍ରେସର ହାତ ଛାଡି ପାରନ୍ତି । ଯଦିଓ ସେ କଂଗ୍ରେସରୁ ଅଲଗା ହେବା ସମ୍ପର୍କିତ କଳ୍ପନାଜଳ୍ପନାକୁ କେବେ ବି ପ୍ରତ୍ୟାଖ୍ୟାନ କରିନାହାଁନ୍ତି କିମ୍ବା ନିଶ୍ଚିତ କରିନାହାଁନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ ସେ ଏ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛନ୍ତି । ରାଜନୀତି ହେଉଛି ଦାୟିତ୍ବର ଖେଳ ବୋଲି କୃଷ୍ଣ କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ କଂଗ୍ରେସ ଛାଡି ନାହିଁ କିମ୍ବା କଂଗ୍ରେସ ମୋତେ ଛାଡି ନାହିଁ ବୋଲି ଏବେ ସେ କହିଛନ୍ତି ।
In view of the complaints of indiscipline and repeated statements against the party, the Congress President has approved the proposal of the Uttar Pradesh Congress Committee to expel Pramod Krishnam from the party for six years with immediate effect. pic.twitter.com/6oRb4ezKRB
— ANI (@ANI) February 10, 2024
ବାସ୍ତବରେ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ରାମ ମନ୍ଦିର ସମ୍ବନ୍ଧରେ ବିଜେପିକୁ ସମର୍ଥନ କରି ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ଏହା ବ୍ୟତୀତ ସେ ଫେବୃଆରୀ ୧୯ ରେ ସମ୍ବଲରେ ଥିବା କଳ୍କି ଧାମ ମନ୍ଦିରର ମୂଳଦୁଆ ପକାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ। ନିକଟରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେ କହିଥିଲେ ଯେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଭାଗ ନେବାକୁ କାହାରି ଉପରେ କୌଣସି ପ୍ରତିବନ୍ଧକ ନାହିଁ, ତେଣୁ ମୋର ଏହି କାର୍ଯ୍ୟକ୍ରମରେ ଭାଗ ନେବା ଅପରାଧ ନୁହେଁ । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାରେ କୌଣସି ପ୍ରତିବନ୍ଧକ ନାହିଁ । ତଥାପି, ଯଦି କଂଗ୍ରେସ ଅନୁଭବ କରେ ଯେ ମୁଁ କୌଣସି ଅପରାଧ କରିଛି, ତେବେ ମୁଁ କୌଣସି ପ୍ରକାର ଦଣ୍ଡର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛି ।