ପ୍ରମୂଖ ଖବର
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ସାଟେଲାଇଟ୍ ଡାଟା ମାଧ୍ୟମରେ ସମୁୁଦ୍ର ତଳେ ରାମ ସେତୁର ନକ୍ସା ପ୍ରସ୍ତୁତ କଲା ISRO

ନୂଆଦିଲ୍ଲୀ,୧୧/୭:ଇସରୋ ବୈଜ୍ଞାନିକଙ୍କୁ ବଡ଼ ସଫଳତା। ଭାରତୀୟ ସ୍ପେସ୍ ଏଜେନ୍ସି ଇସରୋ ରାମ ସେତୁର ବିସ୍ତୃତ ମାନଚିତ୍ର କରିଛି ପ୍ରସ୍ତୁତ । ଆମେରିକାର ସ୍ପେସ୍ ରିସର୍ଚ୍ଚ କେନ୍ଦ୍ର ନାସାର ICESat-2 ସାଟେଲାଇଟ୍ ତଥ୍ୟ ମାଧ୍ୟମରେ ସମୁଦ୍ର ତଳେ ଥିବା ରାମ ସେତୁର ବିସ୍ତୃତ ମାନଚିତ୍ର ପ୍ରସ୍ତୁତ କରିବାରେ ସଫଳ ହୋଇଛି ଇସରୋ । ରାମ ସେତୁ ଆଦାମସ୍ ବ୍ରିଜ୍‌ ଭାବରେ ମଧ୍ୟ ବେଶ ଜଣାଶୁଣା । ଏହି ସେତୁ ଭାରତର ଧନୁଷକୋଡ଼ିରୁ ଶ୍ରୀଲଙ୍କାର ତଲାଇମନ୍ନାର ଦ୍ୱୀପ ପର୍ଯ୍ୟନ୍ତ ଲମ୍ବିଛି ।

ଇସରୋର ଯୋଧପୁର ଏବଂ ହାଇଦ୍ରାବାଦ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟରର ଗବେଷକମାନେ ନାସାର ICESat-2 ସାଟେଲାଇଟ୍ ସାହାଯ୍ୟରେ ମାନଚିତ୍ର ଅଧ୍ୟୟନ କରିଥିଲେ । ଲେଜର କିରଣ ମାଧ୍ୟମରେ ସମୁଦ୍ର ତଳେ ଥିବା ଆଦାମସ୍ ବ୍ରିଜର ୯୯.୮% ଅଂଶର ସନ୍ଧାନ ପାଇଥିଲେ । ଏହି କାରଣରୁ ଜାହାଜ ମାଧ୍ୟମରେ ସମୁଦ୍ର ତଳେ ଥିବା ସେତୁର ସର୍ଭେ କରିବା କଷ୍ଟକର ଥିଲା । ବୈଜ୍ଞାନିକମାନେ ସେତୁ ତଳେ ୧୧ଟି ସଂକୀର୍ଣ୍ଣ ନାଳଥିବା ସନ୍ଧାନ ପାଇଛନ୍ତି । ଯାହାର ଗଭୀରତା ୨-୩ ମିଟର ଅଟେ । ଅନୁସନ୍ଧାନ ଦ୍ୱାରା ପ୍ରସ୍ତୁତ ରାମ ସେତୁର ନକ୍ସା ଆଧାରରେ ସେତୁର ପ୍ରଥମ ୨୯ କିମି ସମୁଦ୍ର ତଳେ ରହିଛି ଯାହାର ଉଚ୍ଚତା ପ୍ରାୟ ୮ ମିଟର ଅଟେ । ଆଡମ୍ସ ବ୍ରିଜର ଭୌତିକ ବିଶେଷତ୍ୱକୁ ନିଶ୍ଚିତ କରିବା ପାଇଁ ବୈଜ୍ଞାନିକମାନେ 3D ଡ୍ରାଇଭ ପାରାମିଟର ମାଧ୍ୟମରେ  ଭିଜୁଆଲ ଇଣ୍ଟରପ୍ରିଟେସନ୍ସ କରିଥିଲେ । ଆଡମ୍ସ ବ୍ରିଜ୍ କ୍ରେଷ୍ଟ ଲାଇନର ଉଭୟ ପାଶ୍ୱର୍ରୁ ପ୍ରାୟ ୧.୫ କିଲୋମିଟ ଗଭୀର ଢ଼େଉ ମଧ୍ୟରେ ରହିଛି । ଏହା ଧନୁଷକୋଡ଼ି ଏବଂ ତଲାଇଆମନ୍ନାର ଦ୍ୱୀପ ମଧ୍ୟରେ ଏକ ସବମେରାଇନ୍ ଶୃଙ୍ଖଳା ଭଳି ଦୃଶ୍ୟମାନ ହୁଏ । ଅନ୍ୟପଟେ ରାମେଶ୍ୱରମ ମନ୍ଦିରରେ ଥିବା ଅଭିଲେଖାରୁ ଏହା ଦର୍ଶଯାଇଛି ଯେ ଏହି ରାମ ସେତୁ ୧୪୮୦ ପର୍ଯ୍ୟନ୍ତ ଜଳସ୍ତର ଉପରେ ଥିଲା ଏବଂ ପରେ ଏକ ଘୂର୍ଣ୍ଣିବଳୟ ସମୟରେ ଏହା ବୁଡ଼ିଯାଇଥିଲା । ତେବେ ଏହି ଅନୁସନ୍ଧାନ ଆଡମ୍ସ ବ୍ରିଜ୍ ଏବଂ ଏହାର ଉତ୍ପତ୍ତି ବିଷୟରେ ବୁଝିବା ପାଇଁ ଆହୁରି ସହାୟକ ହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.