ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ପର୍ଯ୍ୟାୟରେ ୧,୩୫୨ ପ୍ରାର୍ଥୀ ମଧ୍ୟରୁ ୨୪୪ ଜଣଙ୍କ ନାମରେ ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୩୦/୦୪: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମେ ୭ରେ ମତଦାନ ହେବ । ଏହି ପର୍ଯ୍ୟାୟରେ ମୋଟ ୧,୩୫୨ ପ୍ରାର୍ଥୀ ଲଢ଼ୁଛନ୍ତି । ଏମାନଙ୍କ ମଧ୍ୟରୁ ୧୨୩ ଜଣ ମହିଳା ଅଛନ୍ତି । ତେବେ  ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୨୪୪ ଜଣଙ୍କ ବିରୋଧରେ ଫୌଜଦାରୀ ମାମଲା ରହିଥିବା ଜଣାପଡ଼ିଛି ।  

ଆସୋସିଏସନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ  (ଏଡିଆର୍‌) ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ  ୫ ଜଣ ପ୍ରାର୍ଥୀଙ୍କ ବିରୋଧରେ ହତ୍ୟା ମାମଲା  ରହିଥିବା ବେଳେ ୨୪ ଜଣଙ୍କ ବିରୋଧରେ ହତ୍ୟା  ଉଦ୍ୟମ ମାମଲା ରହିଛି । ୭ ଜଣଙ୍କୁ ପୂର୍ବରୁ କୌଣସି  ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ୩୮ ଜଣ ପ୍ରାର୍ଥୀଙ୍କ  ନାମରେ ମହିଳାବିରୋଧୀ ମାମଲା ରହିଛି । ୧୭ ଜଣଙ୍କ  ବିରୋଧରେ ଘୃଣା ଭାଷଣ ଦେବା ସଂକ୍ରାନ୍ତ ମାମଲା  ଅଛି । ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା  ୧,୩୫୨ ପ୍ରାର୍ଥୀଙ୍କ ପକ୍ଷରୁ ଦାଖଲ ହୋଇଥିବା  ସତ୍ୟପାଠକୁ ଆଧାର କରି ଏଡିଆର୍‌ ଏହି ରିପୋର୍ଟ  ପ୍ରସ୍ତୁତ କରିଛି । 

ରିପୋର୍ଟ ଦର୍ଶାଇଛି ଯେ ୩ ଧନୀ  ପ୍ରାର୍ଥୀଙ୍କ ସମ୍ପତ୍ତି ୧,୩୬୦ କୋଟି ଟଙ୍କାରୁ ଅଧିକ ।  ୩୯୨ ଜଣ ବା ୨୯% ପ୍ରାର୍ଥୀ କୋଟିପତି । ଏମାନଙ୍କର  ହାରାହାରି ସମ୍ପତ୍ତି ୫.୬୬ କୋଟି ଟଙ୍କା । ସେହିଭଳି  ୬୩୯ ବା ୪୭% ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା  ପଞ୍ଚମରୁ ଦ୍ୱାଦଶ ରହିଥିବା ବେଳେ ୫୯୧ ଜଣ ବା  ୪୪% ପ୍ରାର୍ଥୀ ସ୍ନାତକ ବା ତା’ଠାରୁ ଅଧିକ । ୪୧୧ ବା  ୩୦% ପ୍ରାର୍ଥୀଙ୍କ ବୟସ ୨୫ରୁ ୪୦ ବର୍ଷ । ୭୧୨ ବା  ୫୩% ପ୍ରାର୍ଥୀଙ୍କ ବୟସ ୪୧ରୁ ୬୦ ବର୍ଷ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.