ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରି ମନ୍ଦିର​‌ରେ ଶୋଇଥିଲେ ଦୁଇ ସୁଟର, ଜାଣନ୍ତୁ କିଭଳି ନାଟକୀୟ ଢଙ୍ଗରେ ଧରିଥିଲା ପୋଲିସ ?

ମୁମ୍ବାଇ,୧୭।୪:  ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ଦୁଇ ସୁଟର ଗିରଫ ହୋଇ ସାରିଛନ୍ତି। ଲରେନ୍ସ  ଗ୍ୟାଙ୍ଗର ଏହି ଦୁଇ ସୁଟର ୨୫ ଅପ୍ରେଲ ପର୍ଯ୍ୟନ୍ତ ପୋଲିସ ରିମାଣ୍ଡରେ ରହିବେ। ପୋଲିସ ତାଙ୍କୁ ଫିଲ୍ମ ଷ୍ଟାଇଲରେ ମନ୍ଦିରରୁ ଗିରଫ କରିଥିଲା। ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିବା ପରେ ଦୁଇ ସୁଟର ଗୁଜରାଟର ଭୁଜକୁ ଚାଲିଯାଇଥିଲେ। ପୋଲିସ  କିନ୍ତୁ  ଦୁହିଁଙ୍କର ସନ୍ଧାନ ଜୋରଦାର  କରି ଦେଇଥିଲା ପୋଲିସ ଅଭିଯୁକ୍ତଙ୍କୁ ମଢ ମନ୍ଦିରରୁ ଶୋଇଥିବା  ଅବସ୍ଥାରେ ଗିରଫ କରିଥିଲା ।  ଏଥିପାଇଁ ପୋଲିସ  ପୂଜକ ବେଶରେ ମନ୍ଦିର ଭିତରକୁ ଯାଇଥିଲା। ଏହାପରେ ମନ୍ଦିର ଭିତରେ ପହଁଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଦୁହିଁଙ୍କୁ ଗିରଫ କରିବାରେ ତାଙ୍କ ବାଇକର ସାହାଯ୍ୟ ମିଳିଥିଲା।

ପୋଲିସ ଯେତେବେଳେ ଅଭିଯୁକ୍ତଙ୍କ ବାଇକ୍ ନମ୍ବର MH46 R 4799 ଜବତ କରିଥିଲା, ତା’ର ମାଲିକ ବିଷୟରେ ଜଣାପଡିଥିଲା। ବାଇକ୍ ପନଭଲର ଏକ ଶୋ’ରୁମ୍‌ରୁ ସେକେଣ୍ଡ ହାଣ୍ଡରେ କିଣା ଯାଇଥିଲା। ବାଇକ୍‌ର ମାଲିକ ୨୪ ହଜାର ଟଙ୍କାରେ ଭିକି ଓ ସାଗରକୁ ବିକ୍ରି କରିଥିଲେ। ବାଇକ୍ କିଣିବା ପାଇଁ ଦୁହେଁ ନିଜର ଅସଲି ଡକ୍ୟୁମେଣ୍ଟ ଯେପରିକି ଆଧାର କାର୍ଡ ଆଦି ଦେଇଥିଲେ। ସେଥିରେ ରେଣ୍ଟ ଏଗ୍ରିମେଣ୍ଟ ମଧ୍ୟ ଥିଲା।

ପୋଲିସ ସେହି ରେଣ୍ଟ ଏଗ୍ରିମେଣ୍ଟ ଜରିଆରେ ସୁଟର୍ସଙ୍କ ଭଡା ଘରେ ପହଁଞ୍ଚିଥିଲା। ଏହି ଘରର ମାଲିକଙ୍କଠାରୁ ଦୁହିଁଙ୍କର ମୋବାଇଲ ନମ୍ବର ନେଇଥିଲା। ତାକୁ ଟ୍ରାକ୍ କରାଯିବା ପରେ ଜଣାପଡିଥିଲା ଦୁହେଁ ଗୁଜରାଟର ଭୁଜରେ ଅଛନ୍ତି। ପରେ ପୋଲିସ ଭୁଜରେ ପହଁଞ୍ଚିଥିଲା। ଏହି ଦୁଇ ଅଭିଯୁକ୍ତ ମନ୍ଦିର ଭିତରେ ଆରାମରେ ଶୋଇଥିଲେ। ପୋଲିସ ତାଙ୍କୁ ପୂଜକଙ୍କ ବେଶରେ ଗିରଫ କରିଥିଲା। ଏହି ମାମଲାରେ ଦୁଇ ସୁଟର୍ସଙ୍କୁ ପଚରା ଉଚରା ପରେ ଲରେନ୍ସ ବିଷ୍ଣୋଇକୁ ମଧ୍ୟ ପଚରା ଉଚରା କରାଯାଇପାରେ। ପୋଲିସକୁ ସନ୍ଦେହ ରହିଛ ଯେ, ଲରେନ୍ସକୁ ଏହି ଆକ୍ରମଣ ସମ୍ପର୍କରେ ସବୁ ସୂଚନା ଥିଲା। ଅନମୋଲ ବିଷ୍ଣୋଇ ଯଦିଓ ଏହି ଫାୟାରିଂର ମାଷ୍ଟରମାଇଣ୍ଡ, କିନ୍ତୁ ଲରେନ୍ସର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.