ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏକ କେଜିର ସୁନା ଚୋରା ଚାଲାଣ କରି ଏୟାର ହୋଷ୍ଟେସ୍‌ ଗିରଫ

Image Courtesy: keralakaumudi

 ଥିରୁଅନନ୍ତପୁରମ୍‌: କେରଳର କନ୍ନୁର ଏୟାରପୋର୍ଟରେ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଜଣେ ଏୟାର ହୋଷ୍ଟେସ୍‌ ରେକ୍ଟମ (ମଳାଶୟ)ରେ ସୁନା ଚୋରା ଚାଲାଣ କରି ଧରାପଡ଼ିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ଦିନ ଏୟାର ହୋଷ୍ଟେସ୍‌ ଜଣଙ୍କ ପ୍ରାୟ ୧ କେଜି ଓଜନର ସୁନା ଆଣିଥିବା ବେଳେ ତାଙ୍କୁ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) ଟିମ୍‌ କନ୍ନୁର ଏୟାର ପୋର୍ଟରେ କାବୁ କରିଛି । ଧରାପଡ଼ିଥିବା ଏୟାର ହୋଷ୍ଟେସ୍‌ ସୁରଭୀ ଖାତୁନ ବୋଲି ଜଣାପଡ଼ିଛି ।

 ଡିଆରଆଇ କୋଚିନର ଗୁଇନ୍ଦା ସୂଚନା ଆଧାରରେ ଡିଆରଆଇ କନ୍ନୁରର ଅଧିକାରୀମାନେ ମଧ୍ୟ ଗୋଟିଏ ବିମାନ କମ୍ପାନୀର କ୍ରୁ ସଦସ୍ୟ ସୁରଭୀ ଖାତୁନଙ୍କୁ ଯାଞ୍ଚ କରିଥିଲେ। ତାଙ୍କ ଘର କୋଲକାତାରେ ହୋଇଥିବା ବେଳେ ସେ ମସ୍କାଟରୁ ସୁନା ଧରି କନ୍ନୁର ଏୟାରପୋର୍ଟରେ ମେ’ ୨୮ରେ ପହଞ୍ଚିଥିଲେ।

ପ୍ରଥମେ ତାଙ୍କୁ ଯାଞ୍ଚ କରାଯାଇଥିଲା। ହେଲେ ସେ ଏଥିରେ ସହଯୋଗ କରିବାକୁ ରାଜି ହୋଇନଥିଲେ । ପରେ ଡିଆରଆଇ ଟିମ୍‌ ତାଙ୍କୁ ଯାଞ୍ଚ କରିବା ପରେ ଶେଷରେ ତାଙ୍କ ମଳଦ୍ୱାରରୁ ୯୬୦ ଗ୍ରାମର ତରଳ ସୁନା ମିଳିଥିଲା। ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଏହାପରେ ସୁରଭୀଙ୍କୁ କୋର୍ଟରେ ହାଜର କରାଯାଇ ୧୪ ଦିନିଆ ରିମାଣ୍ଡରେ ଅଣାଯାଇଛି । ସେପଟେ ପୂର୍ବରୁ ସେ ସୁନା ଚୋରା ଚାଲାଣରେ ସଂପୃକ୍ତ ଥିଲେ କି ନାହିଁ ତାହା ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.