ପ୍ରମୂଖ ଖବର
  • ଲିଙ୍ଗରାଜ ମନ୍ଦିର ବିବାଦକୁ ନେଇ ଆଇନ୍‌ମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଠାକୁରଙ୍କୁ ଉପାସ ରଖିବା ଦୁର୍ଭାଗ୍ୟଜନକ
  • ||
  • ହିନ୍ଦୋଳ : ବେଡ଼ାପଡ଼ା ଗାଁରେ ବିଏନ୍‌ଏସ୍‌-୧୬୩ ଧାରା ଲାଗୁ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଯାତ୍ରୀବାହି ବସ୍‌ ଓ ପାଇପ ବୋଝେଇ ଟ୍ରକ୍‌ ମଧ୍ୟରେ ଧକ୍କା,୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଆଦିବାସୀ ପିଲାଙ୍କ ପାଇଁ ଅକ୍ଷୟଙ୍କ ୧ କୋଟି ଦାନ, ହଷ୍ଟେଲ୍‌ ନିର୍ମାଣ ଲାଗି ଦେବେ ଏହି ଅର୍ଥ

Published By : Prameya | March 1, 2024 11:02 AM

ମୁମ୍ବାଇ ୦୧/୦୩: ଉଦୟପୁର ସ୍ଥିତ ଖୋଖାଦାରା ଗାଁରେ ଅବସ୍ଥିତ ରାଜସ୍ଥାନ ବନବାସୀ କଲ୍ୟାଣ ପରିଷଦକୁ ୧ କୋଟି ଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଖିଲାଡ଼ି କୁମାର । ଉକ୍ତ କ୍ଷେତ୍ରର ଆଦିବାସୀ ପିଲାଙ୍କ କଲ୍ୟାଣ ଓ ଶିକ୍ଷାକୁ ସମର୍ଥନ ଲାଗି ଆଉ ଏକ ହଷ୍ଟେଲ ନିର୍ମାଣ ନିମନ୍ତେ ଏହି ଅର୍ଥ ଦାନ କରିବାକୁ ସେ ଘୋଷଣା କରିଛନ୍ତି । ପରିଷଦର ପୂର୍ବରୁ ଏକ ହଷ୍ଟେଲ ଅଛି, ଯାହା ଅକ୍ଷୟଙ୍କ ବାପା ହରିଓମ୍‌ଙ୍କ ନାଁରେ ପରିଷଦ କ୍ୟାମ୍ପସ୍‌ରେ ରହିଛି । ଏହାର ନାମ ହରିଓମ୍‌ ହଷ୍ଟେଲ । ଆଦିବାସୀ ପିଲାଙ୍କୁ ଶିକ୍ଷା ପ୍ରଦାନ କରି ସେମାନଙ୍କ ସ୍ୱପ୍ନ ପୂରଣ ଲାଗି ଏହି ହଷ୍ଟେଲ କାମ କରୁଛି । 

ଉଦୟପୁରରେ ଫିଲ୍ମ ‘ଖେଲ୍‌ ଖେଲ୍‌ ମେଁ’ର ସୁଟିଂ ଚାଲିଥିବାବେଳେ ଗତ ବୁଧବାର ସକାଳେ ଅକ୍ଷୟ ହଠାତ୍‌ ହଷ୍ଟେଲରେ ପହଞ୍ଚି ପିଲାଙ୍କ ସହ ଖୁବ୍‌ ମଜାମସ୍ତି କରିଥିଲେ । ସକାଳ ପ୍ରାର୍ଥନାରେ ଯୋଗ ଦେଇ ସେ ଠାକୁରଙ୍କ ଆରତୀ ସହିତ ଭଜନ ମଧ୍ୟ ଗାଇଥିଲେ । ହଷ୍ଟେଲକୁ ତାଙ୍କ ପରିଦର୍ଶନ ପିଲାଙ୍କ ଭିତରେ ଉତ୍ସାହ ଭରିଦେଇଥିଲା । ସମସ୍ତେ ଅକ୍ଷୟଙ୍କୁ ଦେଖି ଆନନ୍ଦିତ ହୋଇଥିଲେ ।ହଷ୍ଟେଲ ନିର୍ମାଣ ଓ ବନବାସୀ କଲ୍ୟାଣ ପରିଷଦର ଅନ୍ୟ ପ୍ରୟାସ ଲାଗି ଅକ୍ଷୟ ପୂର୍ବରୁ ମଧ୍ୟ ଆର୍ଥିକ ସାହାଯ୍ୟ କରିଥିଲେ । ଜଣେ ପରୋପକାରୀ ଓ ବଦାନ୍ୟ ବ୍ୟକ୍ତି ଭାବେ ତାଙ୍କର ଖାସ୍‌ ପରିଚୟ ରହିଛି । କରୋନା ସଙ୍କଟଠୁ ଆରମ୍ଭ କରି ବିଭିନ୍ନ ସମୟରେ ସେ ଲୋକଙ୍କୁ ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି ।

ଉଦୟପୁରରେ ଅକ୍ଷୟ ଏବେ ଫିଲ୍ମ ‘ଖେଲ୍‌ ଖେଲ୍‌ ମେଁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ତାଙ୍କ ସହ ତାପସୀ ପନ୍ନୁ, ବାନି କପୁର, ଆଦିତ୍ୟ ସିଲ ଓ ଆମି ଭିର୍କ ଅଭିନୟ କରିଛନ୍ତି । ଫିଲ୍ମ ‘ବଡ଼େ ମିଆଁ ଛୋଟେ ମିଆଁ’ରେ ଟାଇଗର ଶ୍ରଫ୍‌ ଓ ଅକ୍ଷୟଙ୍କୁ ପ୍ରଥମ ଥର ବଡ଼ ପରଦାରେ ଦେଖିବେ ସିନେପ୍ରେମୀ । ଏଥିରେ ପୃଥ୍ୱୀରାଜ ସୁକୁମାରନ ଭିଲେନ୍‌ ଭୂମିକା ନିର୍ବାହ କରିଛନ୍ତି । ଇଦ ଉପଲକ୍ଷେ ଏହା ମୁକ୍ତିଲାଭ କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.