ପ୍ରମୂଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ, ବନ୍ଧୁଙ୍କ ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ, ୧୭।୪: ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ୨ କୋଟି ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଏହି ଦାନରାଶି ଗ୍ରହଣ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇବା ପରେ ଜେଡ୍‌ ପ୍ଲସ୍‌ ସୁରକ୍ଷାରେ ସେ ଭୁବନେଶ୍ୱରସ୍ଥିତ ଏକ ପଞ୍ଚ ତାରକା ହାଟେଲ୍‌ରେ ରହଣି କରିଥିଲେ । ରାତି ୯.୩୦ରେ ପୁରୀ ଅଭିମୁଖେ ଆସିଥିଲେ । ପୁରୀରେ ରାତି ୧୦.୩୦ରେ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିଲେ । ଶ୍ରୀମନ୍ଦିରକୁ ଯିବା ପୂର୍ବରୁ ସାନ ଛତା ମଠ ନିକଟରେ ପାଦ ଧୋଇଥିଲେ । 

ଶ୍ରୀମନ୍ଦିରରକୁ ଯାଇ ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ବିମଳା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀଙ୍କ ଦର୍ଶନ କରିଥିଲେ । ମହାଲକ୍ଷ୍ମୀ ମନ୍ଦିରରେ ସେ କିଛି ସମୟ ବସି ରହିଥିଲେ । ଦୀର୍ଘ ସମୟ ଧରି ହନୁମାନ ଚାଳିଶା ପାଠ କରିଥିଲେ । ମନ୍ଦିରରୁ ବାହାରିବା ପରେ ଅନ୍ୟ ୩ ଦ୍ୱାରରେ ରୁପା କବାଟ ଲଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ କର, କୌଳିକ ପଣ୍ଡା ରଘୁନାଥ ଗୋଛିକାର ଓ ଅନ୍ୟାନ୍ୟ ସେବାୟତ ତାଙ୍କ ନିକଟରେ ଉପସ୍ଥିତ ଥିଲେ । ପୁରୀ ଆସିବା ପୂର୍ବରୁ ଅମ୍ବାନୀ ଆସାମ ଯାଇ ମାତା କାମାକ୍ଷାଙ୍କ ଦର୍ଶନ କରିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.